ଉଲୁଣ୍ଡା: ବୀରମହାରାଜପୁର ଥାନା ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିର କବାଟ ତାଲା ଖୋଲିବା ସହ ନିକଟରେ ଥିବା ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ମନ୍ଦିରରୁ ୩୦ ମିଟର ଦୂରକୁ ନେଇ ଲୁହା ସାହାଯ୍ୟରେ ଭାଙ୍ଗି ଟଙ୍କା ଲୁଟି ନେଇଥିବା ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ନୋଟ୍ଗୁଡ଼ିକୁ ନେଇଥିବା ବେଳେ କଏନ୍ ସବୁ ଫୋପାଡ଼ି ଦେଇ ଚାଲିଯାଇଥିଲେ। ଘଟଣାସ୍ଥଳରୁ ୮୮୩୨ ଟଙ୍କା କଏନ୍ ଉଦ୍ଧାର କରାଯାଇଛି। ସେହିପରି ନିକଟରେ ଥିବା ଭୋଗ ଘର ତାଲାକୁ ବି ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ସକାଳୁ ପୂଜାରୀ ପୂଜା କରିବା ପାଇଁ ଆସି ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ। ପାତାଳି ଟ୍ରଷ୍ଟର ସଭାପତି ଉତ୍ତର ପାତ୍ର ଥାନାରେ ଅଭିଯୋଗ କରିଥିଲେ। ବୀରମହରାଜପୁର ଏସ୍ଡିପିଓ ଡୋଳାମଣି ଭୋଇ ପୁଲିସ ଦଳ ଓ ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ଏହି ଘଟଣାକୁ ସାଧାଣରେ ନିନ୍ଦା କରାଯାଇଛି।
ପାତାଳି ଶ୍ରୀକ୍ଷେତ୍ରର ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍
/sambad/media/post_attachments/wp-content/uploads/2021/09/c41521e1-015a-41fe-b1c2-6f2257150446.jpg)