ଭଦ୍ରକ: ଗତ କିଛି ଦିନ ପୂର୍ବରୁ ଲୋକଙ୍କ ଘରୁ ଚୋରି ହୋଇଥିବା ସୁନା, ରୂପା ଗହଣା ସେମାନେ ପୁଣି ଫେରି ପାଇଛନ୍ତି। ଚୋରି ହୋଇଯାଇଥିବା ସାମଗ୍ରୀ ଗୁଡିକ ପୁଲିସ ଆଜି ଏହାର ମାଲିକ ମାନଙ୍କୁ ଫେରାଇ ଦେଇଛି। ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା-ରୂପାକୁ ପୁଲିସ ଉଦ୍ଧାର କରି ଆଜି ଗ୍ରାମାଞ୍ଚଳ ଥାନା ପରିସରରେ ଏହି ସାମଗ୍ରୀକୁ ୯ଟି ପରିବାର ଲୋକଙ୍କୁ ଫେରସ୍ତ କରିଛି।
ସୂଚନା ଯୋଗ୍ୟ ଯେ, ଗତ କିଛିଦିନ ତଳେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନାଙ୍କ ଟିମ୍ ଧରିବାରେ ସଫଳ ହୋଇଥିଲେ। ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ହୋଇଥିଲା। ପୁଲିସ ୫ ଜଣ ସିନ୍ଧି ଚୋର ଓ ୪ ଜଣ ରିସିଭରଙ୍କୁ ଗିରଫ କରିଥିଲା । ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ ସୁନା, ୪ କେଜି ରୁପା ସହ ଲୁଟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା।
/sambad/media/post_attachments/wp-content/uploads/2021/09/IMG-20210930-WA0062-1024x577.jpg)
ଭଦ୍ରକରେ ପ୍ରାୟ ବିଭିନ୍ନ ସ୍ଥାନରେ ଘରୁ ଚୋରି ହେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହିଭଳି କିଛି ଦିନ ମଧ୍ୟରେ ୯ ଜଣଙ୍କ ଘରୁ ସୁନା, ଗହଣା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତ ଜୁଲାଇ ୨୨ ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଚୋରି ହୋଇଥିଲା, ଯାହାକି ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏହି ଲୁଟେରା ଗ୍ୟାଙ୍ଗ ଏବଂ ଏମାନଙ୍କର କିଛି ସହଯୋଗୀ ସମେତ ୯ ଜଣଙ୍କୁ ଗିରଫ ହୋଇଥିଲେ।
ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ବିପୁଳ ପରିମାଣରେ ସୁନା, ରୂପା ଜବତ କରିଥିଲା। ଜବତ ହୋଇଥିବା ସୁନା, ରୂପା ଗୁଡିକ ପୁଲିସ ପକ୍ଷରୁ ତଦନ୍ତ କରାଯାଇ, ଚୋରିରେ ଶିକାର ହୋଇଥିବା ୯ ଜଣ ପରିବାର ଲୋକଙ୍କୁ ଆଜି ଏହି ସୁନା, ଗହଣା ଦିଆଯାଇଛି। ନିଜର ଚୋରି ହୋଇଯାଇଥିବା ସାମଗ୍ରୀକୁ ପାଇ ଘର ଲୋକ ଖୁସି ହେବା ସହ ପୁଲିସର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ସଂପର୍କରେ ଏକ ସାମ୍ବାଦିକ ସମ୍ମଳନୀରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/76d13c28-c0be-45fe-9c07-4f1dbbd3203c.jpg)