ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପଥର ମାଡ଼

ବଡ଼ବିଲ: କୋଲକାତାରୁ ବଡ଼ବିଲ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଗତକାଲି ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଗତକାଲି ମଧ୍ୟାହ୍ନ ୧୨.୧୫ରେ ଟ୍ରେନ୍‌ଟି ଝାଡ଼ଖଣ୍ଡ ରାଜ୍ୟର ଯାମୁଦା ଷ୍ଟେସନରେ ପହଞ୍ଚିଥିଲା। ସେଠାରୁ ଟ୍ରେନ୍‌ ଛାଡ଼ିବାର କିଛି ସମୟ ପରେ କେହି ଦୁର୍ବୃତ୍ତ ପଥର ମାଡ଼ କରିବାରୁ ଟ୍ରେନ୍‌ର ୧୧ ନମ୍ବର ବଗିରେ ବାଜିଥିଲା।

ପଥର ମାଡ଼ରେ ବଗିର ୪, ୫ ଓ ୬ ନମ୍ବର ସିଟ୍‌ ନିକଟରେ ଥିବା ଝରକାର କାଚ ଭାଙ୍ଗିଯାଇଛି। ଝରକାର କାଚ ବନ୍ଦଥିବାରୁ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏନେଇ ଯାମୁଦା ଓ ବଡ଼ବିଲ ଷ୍ଟେସନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଏ ସମ୍ପର୍କରେ କୌଣସି ଅଭିଯୋଗ କିମ୍ବା ସୂଚନା ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର