ଝଡ଼ତୋଫାନରେ ଉଡ଼ିଗଲା ଗ୍ୟାରେଜ, ୬ ଉଦ୍ଧାର

ରାଉରକେଲା: ଝଡ଼ତୋଫାନରେ ଉଡ଼ିଗଲା ଗ୍ୟାରେଜ୍‌। କାମ କରୁଥିବା ୬ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ। ସେମାନେ ହେଲେ ଟିକିନା କିସାନ, ସଞ୍ଜୟ କିସାନ, ଦିଲାବର ମୁଣ୍ଡାରୀ, ନିରଞ୍ଜନ ମୁଣ୍ଡା, ରାମାୟ ମୁଣ୍ଡା ଓ ବାଲୁଙ୍ଗ ମୁଣ୍ଡା। ଆହତ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।

ଏମିତି ଅଭାନୀୟ ଘଟଣା ଘଟିଛି ଲହୁଣିପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍‌ ନିକଟରେ। ଅପରାହ୍ନରେ ଝଡ଼ତୋଫାନ ହେବାରୁ ଗ୍ୟାରେଜ୍‌ ବାହାରେ କାମ କରୁଥିବା ଘର ଭିତରକୁ ପଶିଯାଇଥିଲେ। ଝଡତୋଫାନରେ ଗ୍ୟାରେଜ୍‌ ଭାଙ୍ଗିଯିବା ସହ କିଛି ଅଂଶ ଉଡିଯାଇଥିଲା। କାମ କରୁଥିବା କର୍ମଚାରୀଙ୍କୁ ଅଗ୍ନିଶକ ବିଭାଗ କର୍ମଚାରୀ ଗ୍ୟାରେଜ୍‌ ଭିତରୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର