ଝାରସୁଗୁଡ଼ା: ଗତକାଲି ଅପରାହ୍ନ ୩ଟାରେ ହୋଇଥିବା ଝଡ଼ ତୋଫାନ ଯୋଗୁଁ ଝାରସୁଗୁଡ଼ା ସହର ବ୍ୟାପକ ପ୍ରଭାବିତ ହୋଇଛି। ବିଦ୍ୟୁତ୍ ନଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘୁର୍ଣ୍ଣିଝଡ଼ରେ ଶତାଧିକ ବିଦ୍ୟୁତ୍ ଖୁଣ୍ଟ ଓ ବିଶାଳକାଳ ଗଛଗୁଡ଼ିକ ଉପଡ଼ି ପଡ଼ିବାରୁ ଦୀର୍ଘ ୨୭ ଘଣ୍ଟା ପରେ ମଧ୍ୟ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇପାରି ନାହିଁ। ଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଦ୍ୟୁତ ବିଭାଗ ତରଫରୁ କୁହାଯାଇଛି ଯେ, ସହରର ଲୋକଙ୍କୁ ଆଜି ରାତି ସୁଦ୍ଧା ବିଦ୍ୟୁତ୍ ଯୋଗାଇ ଦିଆଯିବ।
ବିଦ୍ୟୁତ ନଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଲୋକେ ନଳ ପାଣି ପାଇବା ପାଇଁ ବ୍ୟାକୁଳ ହୋଇଛନ୍ତି। ଏହା ନ ମିଳିବାରୁ ବହୁଦୂରରୁ ପାଣି ଆଣିବାକୁ ପଡୁଛି। ଘରୋଇ ସଂସ୍ଥା ଦ୍ୱାରା ଯୋଗାଣ କରାଯାଉଥିବା ପାଣି କିଣିବାକୁ ପଡୁଛି। ଫଳରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି।
/sambad/media/post_attachments/wp-content/uploads/2020/03/408229f3-a1e5-4476-8a59-25cfcf55e333-1024x497.jpg)
ବିଦ୍ୟୁତ୍ ଯୋଗାଣ ନେଇ ୱେସ୍କୋର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ପଣ୍ଡା କହିଛନ୍ତି, ଝାରସୁଗୁଡ଼ା ଡିଭିଜନରେ ଝଡ଼ତୋଫାନ ଯୋଗୁଁ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ସେହିଭଳି ୫୦୦ ରୁ ଉର୍ଦ୍ଧ୍ୱ ରାସ୍ତା ଉପରେ ଢ଼ଳି ପଡ଼ିଛି। ଓଡ୍ରାଫର ୩ରୁ ୪ଟି ଟିମ ଲାଗି ରାସ୍ତା ଉପରେ ପଡ଼ିଥିବା ଗଛ କାଟି ଏହାକୁ ହଟାଉଛନ୍ତି।
/sambad/media/post_attachments/wp-content/uploads/2020/03/6677aedc-3848-41b8-aadd-c80f00a474e3-1024x576.jpg)
ସୂଚନାଯୋଗ୍ୟ, ଘୂର୍ଣ୍ଣିଝଡ଼ ଝାରସୁଗୁଡ଼ା ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଥିଲା। ଏଥି ସହିତ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହୋଇଥିବା ବେଳେ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଥିଲା। ଝାରସୁଗୁଡ଼ା ସହରର ସରବାହାଲ ମିଲନ ହୋଟେଲ ସମ୍ମୁଖରେ ଏକ ବିରାଟ ନିମ୍ବ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା। ଆଖପାଖରେ ଥିବା ଦୁଇଚକିଆ ଗାଡ଼ି ଉପରେ ଗଛ ପଡ଼ି ଯିବାରୁ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ବେହେରାମାଲ ଛକ, ଓଭରବ୍ରିଜ୍, ବିଟିଏମ୍, କୋଲାବିରା ରାସ୍ତା, ସାହାପଡ଼ା, ମରାକୁଟା, ପଞ୍ଚପଡ଼ା ଅଞ୍ଚଳରେ ବ୍ୟାପକ ଗଛ ପଡ଼ିଥିଲା। ବଡ଼ ବଡ଼ ଗଛ ପଡ଼ି ୪୯ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ରାସ୍ତା ଅବରୋଧ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/5.jpeg)