ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଏସଏସ ଭଦ୍ରକ ସୋସିଆଲ ସର୍ଭିସ ସଂଗଠନ ପକ୍ଷରୁ ପଥପ୍ରାନ୍ତ ସଭା

ଭଦ୍ରକ: ବିଏସଏସ ସଂଗଠନ ଭଦ୍ରକ ବନ୍ତଛକ ନିକଟରେ ଜନ ସଚେତନତା ସୃଷ୍ଟି କରିବା ସହିତ ପ୍ରତିବାଦ ସ୍ୱର ଉଠାଇଛନ୍ତି। ଯେପର୍ଯ୍ୟନ୍ତ ଭଦ୍ରକ ଜ଼ିଲ୍ଲାରେ ସରକାରୀସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯାଇ ନାହିଁ ସେ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଜାରି ରଖିବ ବୋଲି ବିଏସଏସ ସଙ୍ଗଠନ କହିଛନ୍ତି।

କିଛି ଦିନ ତଳେ ଅନ୍ୟ ତିନିଟି ଜ଼ିଲ୍ଲାକୁ ମେଡିକାଲ କଲେଜ ସ୍ଥାପନା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ଭଦ୍ରକବାସୀ ବହୁ ଆନ୍ଦୋଳନ ଧର୍ମଘଟ ଦାବିପତ୍ର ନିବେଦନ ଗୁହାରି ରଖିଥିଲେ ମଧ୍ୟ ଭଦ୍ରକ ଜ଼ିଲ୍ଲାକୁ ବାଦ୍ କରିଛନ୍ତି ସରକାର। ରାଜନେତାମାନେ ନିର୍ବାଚନ ସମୟରେ ବହୁ ପ୍ରତିଶୃତି ଦେଇଥିଲେ। ଯାହାକି ପାଣି ଫୋଟକା ଭଳି ଫୁଟିଗଲା ବୋଲି ବୁଦ୍ଧିଜୀବ ମତ ଦେଇଛନ୍ତି। ଆଗାମୀ ଦିନରେ ଏହି ଦାବି ପୁରଣ ହେଲା ପର୍ଯ୍ୟନ୍ତ ବିଏସଏସ ତାର ପ୍ରତିବାଦର ସ୍ୱର ଜାରି ରଖିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର