କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ରେଳରୋକ

ରାଇରଙ୍ଗପୁର: କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତାର ଦାବି ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ଅଁଳାଯୋଡି ରେଳ ଷ୍ଟେସନ ଠାରେ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଦୀର୍ଘ ୯ ଘଣ୍ଟା ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ୫ ଘଟିକାରୁ ହଜାର ହଜାର କୁଡୁମୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ମାନେ ଅଁଳାଯୋଡି ରେଳ ଷ୍ଟେସନରେ ପହଂଚି ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଟାଟା-ବାଦାମପାହାଡର ମେମୁ ଟ୍ରେନ ସମ୍ମୁଖ୍ୟରେ ରେଳ ଧାରଣା ଉପରେ ବସି ରେଳରୋକ ଆନ୍ଦୋଳନ କରିଥିଲେ। ସୂଚନା ଅନୁଯାୟୀ, କୁଡୁମୀ ସମ୍ପ୍ରଦାୟ ପୂର୍ବରୁ ଆଦିବାସୀ ତାଲିକାରେ ଥିଲେ ତେବେ ସରକାର କୌଣସି କାରଣ ନ ଦର୍ଶାଇ ୧୯୫୬ ମସିହାରେ ତାଲିକାରୁ ବାଦ କରିଦେଇଛନ୍ତି। ଏନେଇ କୁଡୁମୀ ମାନେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବହୁ ଦାବୀ ଓ ଧାରଣା ଦେବା ପରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନନେବାରୁ ଆଜି କୁଡୁମୀ ସମ୍ପ୍ରଦାୟର ବିଭିନ୍ନ ସଂଗଠନ ସମର୍ଥନ କରି ରେଳରୋକ କରିଥିଲେ। ଉକ୍ତ ରେଳରୋକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ସାମିଲ ହୋଇ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ପାଇଁ ଦାବି କରୁଛନ୍ତି ଏବଂ ଆଗକୁ ମଧ୍ୟ ଦାବି କରିବେ ବୋଲି କହିଛନ୍ତି। ସୂଚନା ଯୋଗ୍ୟ, ଯେ ଗତ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ଯଶିପୁର ନିକଟସ୍ଥ ରାମତିର୍ଥରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ଦେଇ ପ୍ରତିଶୃତି ନ ରଖିବାରୁ କୁଡୁମୀ ସମ୍ପ୍ରଦାୟର ଲୋକେ କ୍ଷଭ ପ୍ରକାଶ କରିଛନ୍ତି।

Sambad

ଟେଟୋମିକ କୁଡୁମୀ ସମାଜ ସେଣ୍ଟ୍ରାଲ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରେଳରୋକ ଆନ୍ଦୋଳନରେ ସେଣ୍ଟ୍ରାଲ ସେକ୍ରେଟାରୀ ଶୋଶଧର କାଳୁଆର, ଓଡିଶା କୁଡୁମୀ ସମାଜର ସଭାପତି ନବୀନ କିଶୋର ମହାନ୍ତ,ସମ୍ପାଦକ ମନୋଜ କୁମାର ମହାନ୍ତ, ସମ୍ପାଦକ ମନୋଜ କୁମାର ମହାନ୍ତ, ବାମନଘାଟୀ କୁଡୁମାଲି ଶିକ୍ଷା ଓ ସାଂସ୍କୃତିକ ପରିଷଦର ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ବାବୁରାମ ମହାନ୍ତ, ପରେଶ ମହାନ୍ତ, ଦେବେନ୍ଦ୍ରନାଥ ମହାନ୍ତ, ଗୁରୁଚରଣ ମହାନ୍ତ, ଆଦିବାସୀ କୁଡୁମୀ ସମାଜର ସଭାପତି ନିର୍ମଳ କୁମାର ମହାନ୍ତ, ଭିମଚରଣ ମହାନ୍ତ, ଶଶଧର ମହାନ୍ତ, ଜନ୍ମୋଜୟ ମହାନ୍ତ, ଓଡିଶା କୁଡୁମୀ ସେନାର ସଭାପତି ଦିବ୍ୟସିଂହ ମହାନ୍ତ, ଫନ୍ଟୁସ ମହାନ୍ତ, ଲାଲମୋହନ ମହାନ୍ତ, ପୂର୍ଣ୍ଣିମା ମହାନ୍ତ, ପ୍ରତିଭା ମହାନ୍ତ, କୁଡୁମୀ ଛାତ୍ରସେନାର ସଭାପତି ବରୁଣ କୁମାର ମହାନ୍ତ, ଅଁଳାଯୋଡି ଗ୍ରାପର ବୈଦନାଥ ମହାନ୍ତ, ସିକନ୍ଦର ମହାନ୍ତ, ନରେନ୍ଦ୍ର ମହାନ୍ତ, ଦିବ୍ୟଲଚନ ମହାନ୍ତ, ପଙ୍କଜ ମହାନ୍ତଙ୍କ ସମେତ ହଜାର ହଜାର କୁଡୁମୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ସାମିଲ ହୋଇ ରେଳ ରୋକ କରି କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ତାଲିକାରେ ପୁନ ସାମିଲ କରାଯାଉ ବୋଲି ଦାବି କରିଛନ୍ତି। ଉକ୍ତ ରେଳରୋକ ଓଡିଶା,ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ଷ୍ଟେସନରେ ରେଳରୋକ କରିଛନ୍ତି।

ସମ୍ବନ୍ଧିତ ଖବର