କଂଗ୍ରେସର ୪ଘଣ୍ଟିଆ ଚକା ବନ୍ଦ

କୋରାପୁଟ : ସ୍ଥାନୀୟ ଟ୍ରାଫିକ ଛକ ନିକଟରେ ଧାନ ମଣ୍ଡି ଖୋଲି  ଚାଷୀଙ୍କ ଠାରୁ  ଧାନ କିଣିବା ଦାବିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୪ଘଣ୍ଟିଆ ଚକା ବନ୍ଦ ଆନ୍ଦୋଳନ କରାଯାଇଥିଲା । ଆଜି ସକାଳ ୮ରୁ  ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ରାସ୍ତାରୋକ କରାଯାଇଥିଲା। ଏହା ଯୋଗୁଁ କୋରାପୁଟ ସହର ଦେଇଯାଇଥିବା‌ ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା ।  କଂଗ୍ରେସର ଦାବି ଗୁଡିକ ମଧ୍ୟରେ ରବି ଋତୁରେ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ କିଣାଯିବା,ରାଜ୍ୟ ସରକାର ଧାନର କୁଇଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ପ୍ରଦାନ ଓ ଟୋକନ ଲାପ୍ସ ହୋଇଥିବା ଚାଷୀଙ୍କ ଧାନ କିଣିବା ଇତ୍ୟାଦି ରହିଛି । ଜିଲ୍ଲା କୃଷକ କଂଗ୍ରସ କମିଟି ସମେତ କଂଗ୍ରେସ ଦଳର ପୂର୍ବତନ ବିଧାୟକ ନିମାଁଇ ସରକାର,ପୂର୍ବତନ ନଗରପାଳ ଭଗବାନ ବାହିନୀପତି,ଯୁବ ନେତା ରୂପକ ତୁରୁକ,ସାଂସଦ ପ୍ରତିନିଧି ବାବୁଲା ବେନିଆ ଓ ରମେଶ ବାଖ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର