କେନ୍ଦ୍ର ଶ୍ରମ ଆଇନ ବିରୋଧରେ ବାମପନ୍ଥୀ ଶ୍ରମିକ ସଂଗଠନର ବିକ୍ଷୋଭ

ଖୋର୍ଦ୍ଧା : କେନ୍ଦ୍ର ଶ୍ରମ ଆଇନ ବିରୋଧରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶ୍ରମ ଆଇନର ନକଲକୁ ପୋଡ଼ିଛନ୍ତି ।

ଆଜି ପୂର୍ବାହ୍ଣରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ ସିଆଇଟିୟୁ, ଓଡ଼ିଶା କୃଷକ ସଭା, ଏଆଇୟୁଟିୟୁସି, ଡିଏସ୍ଓର ସଦସ୍ୟମାନେ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ଶ୍ରମ ଆଇନ, ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ପାଣି, ବିଦ୍ୟୁତ୍, ଇଂଟରନେଟ୍ ବନ୍ଦ ଓ ସେମାନଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର କରିବା ଆଦି ନେଇ ସ୍ଲୋଗାନ ଦେଇଥିଲେ । ଏହା ସହ ଶ୍ରମିକ ଆଇନର ବିଜ୍ଞପ୍ତିକୁ ପୋଡ଼ିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସିଆଇଟିୟୁର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶୈଳେଶ ବଳିଆରସିଂହ, ଓଡ଼ିଶା କୃଷକ ସଭାର ସମ୍ପାଦକ ଅନନ୍ତ ମଙ୍ଗରାଜ, ରବି ବେହେରା, ବାଲୁଙ୍କି ପରିଡ଼ା, ଯୋଗେନ୍ଦ୍ର ଦାସ, ପୀତାମ୍ବର ରଣା, ପ୍ରଚେଷ୍ଟା ପ୍ରଧାନ, ରାଜ କିଶୋର ପ୍ରଧାନ, ଏଆଇଟିୟୁସିର ଅଶୋକ ସାହୁ, ଡିଏସ୍ଓର ଜୟନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର