ତୈଳ ଦର ବୃଦ୍ଧି ପ୍ରତିବାଦରେ ସମୁଦ୍ର ଢ଼େଉରେ ମାନବ ଶୃଙ୍ଖଳ

ଜଗତସିଂହପୁର: ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ମୂଲ୍ୟ ବୃଦ୍ଧିକୁ ପାରାଦୀପରେ ଯୁବକମାନେ ଭିନ୍ନ ଏକ ଶୈଳୀରେ ପ୍ରତିବାଦ କରିଛନ୍ତି। ପାରାଦୀପର ଦୁଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲାଇଫ୍ ଅଫ୍ ଗିଭିଂର ସଭାପତି ଅନୁପମ ପ୍ରଧାନ ଓ ପାରାଦୀପ ଯୁବକ ସଂଘର ସଭାପତି ମନୋଜ ନାୟକଙ୍କ ନେତୃତ୍ବରେ ସଦସ୍ୟମାନେ ଆଜି ସକାଳୁ ବେଳାଭୂମିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ସମୁଦ୍ର ଢ଼େଉରେ ମାନବ ଶୃଙ୍ଖଳ ଜରିଆରେ ପ୍ରତିବାଦ କରିଥିଲେ।

ଏହାପରେ ରାଷ୍ଟ୍ରପତିଙ୍କ ଉକ୍ତ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। କରୋନା ମହାମାରି ସମୟରେ ମଧ୍ୟବିତ୍ତ ଓ ଶ୍ରମିକ ଶ୍ରେଣୀର ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତୈଳ ଦରରେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପାଉଛି। ତେଣୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ବୃଦ୍ଧି ଉପରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲା।

 

ସମ୍ବନ୍ଧିତ ଖବର