ବାରିପଦା: ପୁନଃନିଯୁକ୍ତି ଦାବିରେ ଚାଲିଥିବା ଏଏନଏମ କର୍ମୀଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଖରା ବର୍ଷାକୁ ଖାତିର ନକରି ଶତାଧିକ ଏଏନଏମ କର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡ଼ିଛି।
ତେବେ ବାକିଥିବା ଦରମା ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ମାତ୍ର ଏଏନଏମ କର୍ମୀମାନେ ପୁନଃନିଯୁକ୍ତି ଦାବିରେ ଅଡ଼ିବସିଛନ୍ତି। ମାତ୍ର ପ୍ରାୟ ୪୦୪ ଏଏନଏମ କର୍ମୀଙ୍କୁ ପୁନଃନିଯୁକ୍ତି ଦେବା ଏକପ୍ରକାର ଅସମ୍ଭବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଏହି ଆନ୍ଦୋଳନକୁ ମାସାଆର୍ମୀ ସଂଗଠନର ସମର୍ଥନ ମିଳିଛି।
/sambad/media/post_attachments/wp-content/uploads/2020/11/anm-1024x511.jpg)
ଆଗାମୀ ସୋମବାର ସୁଦ୍ଧା ଛଟେଇ ହୋଇଥିବା ଏଏନଏମ କର୍ମୀ ତଥା କରୋନା ଯୋଦ୍ଧାଙ୍କ ଦାବିକୁ ହସ୍ପିଟାଲ ଓ ଜିଲ୍ଲା ପ୍ରଶାସନ ପୂରଣ ନକଲେ ମାସାଆର୍ମୀ ପକ୍ଷରୁ ବାରିପଦା ବନ୍ଦ କରାଯାଇ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ସୁକୁଲାଲ ମାର୍ଣ୍ଡି ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ANG.jpg)