ନିଜ ବ୍ଲକର ସଙ୍ଗରୋଧ କେନ୍ଦ୍ରକୁ ଯିବା ପାଇଁ ପ୍ରବାସୀଙ୍କ କଳାହାଣ୍ଡି ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

୨୦୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକଙ୍କୁ ବୁଝାଇବାକୁ ନାକେଦମ ପ୍ରଶାସନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ରାଜକୋଟ, ଗୁଜୁରାଟ ଅଞ୍ଚଳରୁ ୭ଟି ବସରେ ୨୦୦ ରୁ ଅଧିକ ପ୍ରବାସୀ ଭବାନୀପାଟଣା ପହଁଚିଥିଲେ । କଳାହାଣ୍ଡି ଜିଲ୍ଲାର ଜୟପାଟଣା, ନର୍ଲା, କୋକସରା ଆଦି ବ୍ଳକ ର ଏହି  ପ୍ରବାସୀ ଶ୍ରମିକ ମାନେ ଭୋକ ଉପାସରେ ପହଂଚିବା ପରେ ଖାଇବାକୁ ମାଗିଥିଲେ। ଏମାନେ ହଠାତ ପହଂଚିଥିବାରୁ ରାତିରେ ଖାଇବାକୁ ଦିଆଯାଇପାରି ନ ଥିଲା। ଶ୍ରମିକମାନେ ଖାଇବା ଓ  ରହିବା ଅବ୍ୟବସ୍ଥାକୁ ନେଇ ବି ହଙ୍ଗାମା କରିଥିଲେ । ପରେ ନିଜ ବ୍ଳକର ସଂଗରୋଧ କେନ୍ଦ୍ରକୁ ଯିବାକୁ  ଅଡି ବସି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ରାତି ୧୨ ଟାରୁ ହଙ୍ଗମା କରିିବା  ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକମାନଙ୍କୁ ମନାଇବାକୁ ପ୍ରଶାସନକୁ ନାକେଦମ ହୋଇଥିଲା । ଏମାନଙ୍କୁ ବୁଝେଇବା ପାଇଁଁ ପ୍ରଶାସନ ପକ୍ଷରୁ  ଉପଜିଲ୍ଲାପାଳ ଓ ପୁଲିସ ରାତି ରୁ ଘଟଣା ସ୍ଥଳରେ ପହଂଚି ବୁଝା ସୁଝା କରୁଥିଲେ ମଧ୍ୟ ପ୍ରବାସୀମାନେ   ଘରକୁ ଯିବାକୁ ଅଡିବସିଥିଲେ । ଆଜି ସକାଳେ ଭବାନୀପାଟଣା ସଦର ପୁଲିସ ଏସଡିପି ରମେଶ  ଚନ୍ଦ୍ର ସେଠୀ ମାରାଥନ ବୁଝା ସୁଝା କରିବା ପରେ ପ୍ରବାସୀ ମାନେ ନିଜ ଜିଦରୁ ହଟିଥିଲେ ।
ସମ୍ବନ୍ଧିତ ଖବର