ଜୟପୁର: ଗତ ତିନି ଧରି ୯ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘ ଦେଇଥିବା ଆନ୍ଦୋଳନକୁ ସ୍ଥଗିତ ରହିଛି। ଆଜି ବି ଆନ୍ଦୋଳନକାରୀ ମାନେ ହାଲୋ ଜୟପୁର ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଆନ୍ଦୋଳନ ସ୍ଥଗିତ ଖରବ ଆସୁଥିଲେ ମଧ୍ୟ କୌଣସି ଭାବେ ଡ଼ଶଇଭର ମାନଙ୍କୁ ଏହା ସୂଚାଇ ଦିଆଯାଇ ନଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ଏହି ଅାନ୍ଦୋଳନ ଜାରି ରହିଥିଲା। ପରେ ଟାଉନଥାନା ଆଇଆଇସି ସମ୍ବିତ ବେହେରା ଓ ଏସଡିପିଓ ହରିଶ ବି.ସି ଆନ୍ଦୋଳନକାରୀ ମାନଙ୍କୁ ରାସ୍ତା ପାର୍ଶ୍ବରେ ଆନ୍ଦୋଳନ ନ କରିବାକୁ କହିଥିଲେ। ଏବଂ ଯଦି ଷ୍ଟିୟରିଂ ଛାଡ କରି ଆନ୍ଦେନାଳ କରିବାକୁ ଚାହୁଁଛନ୍ତି ତେବେ ନିଜ ନିଜ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଯାଇ ଧାରଣା ଦେବାକୁ କହିଥିଲେ। ଏହା ପରେ ଏଠାରୁ ଡ୍ରାଇଭର ମାନେ ନିଜନିଜ ସଂଘ କାର୍ଯ୍ୟାଳୟ ନିକଟକୁ ପଳାଇ ଯାଇ କାର୍ଯ୍ୟବନ୍ଦ କରିଥିଲେ। ଜୟପୁର ମଟର କର୍ମଚାରୀ ସଂଘ, ଜୟପୁର ୱାର୍କସ୍ ୟୁନିୟନ, ଟ୍ୟାକ୍ସି ଷ୍ଟାଣ୍ଡ, ଚାଳକ ସଂଘ, ଓଡିଶା ମହାସଂଘ ଆଦିର ଚାଳକ ମାନେ ନିଜ ନିଜ କାର୍ଯ୍ୟାଳୟ ନିକଟକୁ ଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।
ଗତ କାଲିଓ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଖବର ଆସୁଥିଲେ ହେଁ ଆନ୍ଦୋଳନକାରୀଙ୍କୁ କିଛି ସୂଚନା ମିଳି ନଥିବାରୁ ସଂଧ୍ୟା ପର୍ଯ୍ୟନ୍ତ ଏମାନେ ଆନ୍ଦୋଳନ କରୁଥିବା କହିଛନ୍ତି ମୋଟର କର୍ମଚାରୀ ସଂଘ ସଭାପତି ଅବଦୁଲ ଜିଲାନୀ, ଉପଦେଷ୍ଟା ଗଣେଷ ପଣ୍ଡା। ଗତ ୧୫ତାରିଖ ଦିନ ଆନ୍ଦୋଳନ ସମୟରେ ଗୋଟିଏ ବସ ଡ୍ରାଇଭରକୁ ଫୁଳମାଳ ପିନ୍ଧାଉଥିବା ବେଳେ ଉପୁଜିଥିବା ମାମଲାରେ ତିନି ଜଣ ଚାଳକଙ୍କୁ ପୁଲିସ କୋର୍ଟକୁ ଚାଳାଣ କରିଥିବା ବେଳେ ସେମାନେ ଜାମିନରେ ମୁକୁଳିଥିଲେ। ତେବେ ସେ ଦିନ କରିଥିବା ରାସ୍ତାରୋକ ମାମଲାକୁ ନେଇ ପୁଲିସ ୧୦୦ଜଣ ଚାଳକଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ୧୦୦ଜଣଙ୍କ ନାଁରେ ମାମଲା ରୁଜୁ କରିବା ଅନ୍ୟାୟ ବୋଲି କହିଛନ୍ତି ଶ୍ରୀ ଜିଲାନୀ ଓ ଶ୍ରୀ ପଣ୍ଡା। ସେମାନେ ଦେଇଥିବା ଏତଲାକ୍ରମରେ ଉକ୍ତ ବସ ଡ୍ରାଇଭରଙ୍କୁ ବି ଗିରଫ କରି କୋର୍ଟକୁ ଚାଳାଣ କରିବା କଥା। ତେବେ ପୁଲିସ କାହିଁକି ପାତର ଅନ୍ତର କରୁଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/jpr-jpr-motor-kormachari-sangh-2.jpg)