ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହର ବିଜୟ: ହମ୍ପସ୍, ଟ୍ରାଫିକ ପୁଲିସ ଓ ବେରିକେଡ୍ ଦାବିରେ ମାନବାଧିକାର କର୍ମୀଙ୍କ ଧାରଣା ଭଙ୍ଗ

ବାରିପଦା: ଗଣତାନ୍ତ୍ରିକ ଭାବେ ଶାନ୍ତି ପୂର୍ଣ୍ଣ ସତ୍ୟାଗ୍ରହର ବିଜୟ ହୋଇଛିା ବାରିପଦା ପୌରପରିଷଦ ସତ୍ୟସାଇ ଛକ-ଦାରୋଗାଡ଼ାହି ରାସ୍ତାର ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ହମ୍ପ୍ସ ଓ ସ୍ଥାୟୀ ଟ୍ରାଫିକ ପୁଲିସ ମୃତୟନ ଏବଂ ବେରିକେଡ୍ ନିର୍ମାଣ ଦାବିରେ ମାନବିକ ଅଧିକାର ଯୁବ ଉନ୍ନୟନ କାଉନସିଲର ରାଜ୍ୟ ସାଧାରଣ ସମ୍ପାଦକ ସୁକୁମାର ରଞ୍ଜନ ପ୍ରଧାନଙ୍କ ସତ୍ୟାଗ୍ରହ ଆଜି ଭଙ୍ଗ ହୋଇଛି।

ଗତ ସୋମବାରଠାରୁ ଉପରୋକ୍ତ ଦାବି ନେଇ ଚଲାଇ ଆସିଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି। ଆଜି ବାରିପଦା ଟାଉନଥାନା ଏଏସଆଇ ରାଜେନ୍ଦ୍ର କୁମାର ଦାସ ଓ ଟ୍ରାଫିକ୍ ଅଧିକାରୀ ଅଶୋକ କୁମାର ସାହୁ ଧାରଣା ସ୍ଥଳରେ ପହଞ୍ଚି ଆସନ୍ତା ୧୫ ଦିନରୁ ଏକ ମାସ ମଧ୍ୟରେ ସ୍ଥାୟୀ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ ସାଙ୍ଗକୁ ପୂର୍ତ୍ତ ଓ ନିର୍ମାଣ ବିଭାଗକୁ ରାସ୍ତାରେ ହମ୍ପ୍ସ ନିର୍ମାଣ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ଶ୍ରୀ ପ୍ରଧାନ ୪ ଦିନ ଧରି ଚଲାଇଥିବା ଧାରଣା ଭଙ୍ଗ କରିଥିଲେ।

ସମ୍ବନ୍ଧିତ ଖବର