ରାଉରକେଲା: ଟ୍ରେନ୍ରେ ଜଣେ ମହିଳା ଯାତ୍ରୀଙ୍କ ଠାରୁ ଛିନ୍ତାଇ ଅଭିଯୋଗରେ ଆରପିଏଫ୍ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛି, କୋଏଲ ବ୍ୟାଙ୍କ ତାରିଣୀ ମନ୍ଦିର ଅଞ୍ଚଳର ଗୁଲଜାର ସେକ୍ ଓରଫ୍ ବାଗନ୍ (୩୨)।ସୂଚନା ଅନୁଯାୟୀ, ମହିଳା ଯାତ୍ରୀ ଜଣକ ଟ୍ରେନ୍ ନଂ- ୨୨୮୪୩, ଏଚ୍-୧ କୋଚ୍ରେ ବସି ରାଉରକେଲା ଆସୁଥିଲେ। ଟ୍ରେନ୍ଟି ରାଉରକେଲା ରେଳ ଷ୍ଟେସନ୍ରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଗୁଲଜାର ଡେଲୀ ମାର୍କେଟରୁ ଟ୍ରେନ୍ରେ ଉଠି ମହିଳା ଯାତ୍ରୀଙ୍କ ଭ୍ୟାନିଟ ବ୍ୟାଗକୁ ଝାମ୍ପିନେଇ ଫେରାର ହୋଇଯାଇଥିଲା।
ପରେ ମହିଳା ଯାତ୍ରୀ ଜଣକ ରାଉରକେଲା ରେଳ ଷ୍ଟେସନ୍ରେ ପହଞ୍ଚିଥିଲେ। ଘଟଣା ସଂପର୍କରେ ମହିଳା ଯାତ୍ରୀଙ୍କ ପୁଅ ରାଜୀବ ସତ୍ୟକାମ୍ ଆରପିଏଫ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଛାନ୍ଭିନ୍ କରିବା ପରେ ଅଭିଯୁକ୍ତକୁ ରେଲଓ୍ବେ କଲୋନି ଅଞ୍ଚଳରୁ ଗିରଫ କରିଥିଲା। ଭ୍ୟାନିଟ୍ରେ ଥିବା ୨୯୭୨ ଟଙ୍କା, ଏକ ସାମସଙ୍ଗ୍ ସ୍ମାର୍ଟ ଫୋନ୍, ଗୋଟିଏ ସୁନା ଚେନ୍, ୨ଟି ହାତ ମୁଦି, ଗୋଟିଏ ଲକେଟ, ଆଉ କିଛି ଔଷଧ ପତ୍ର ଆରପିଏଫ୍ ପୁଲିସ ଜବତ କରଛି।