ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଛାତ୍ରଙ୍କ ବିକ୍ଷୋଭ

ଆଠଗଡ: କଟକ ଜିଲ୍ଲା ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଛାତ୍ର ମାନେ ଆଜି ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରକାଶଯୋଗ୍ୟ ମହାବିଦ୍ୟାଳୟରେ ପାନୀୟଜଳ, ସମସ୍ତ ବିଭାଗକୁ ବିଦ୍ୟୁତ ସଯୋଗ, ଅଣଛାତ୍ରଙ୍କ ପ୍ରବେଶକୁ ପ୍ରତିରୋଧ, ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା, ଅଧ୍ୟାପକ-ଅଧ୍ୟାପିକା ମାନେ ସଠିକ ସମୟରେ ଶ୍ରେଣୀ ଗୃହରେ ଉପସ୍ଥିତ ରହି ଅଧ୍ୟୟନ କରିବା, ବ୍ୟାୟମଶାଳା, କ୍ରୀଡ଼ା ଉପକରଣ କାର୍ଯ୍ୟକ୍ରମ କରିବା ଦାଵୀ ନେଇ ଛାତ୍ରମାନେ ଵାରମ୍ବାର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୂଫପଳ ମିଳିନଥିଲା।

ସେହିପରି ଫର୍ମ ଫିଲଫ ସମୟରେ ଡେଭେଲଫମେଣ୍ଟ ଫି ଆଦାୟ କରାଯିବା ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖାଯାଇଥିଲା। ଏହାର ପ୍ରତିବାଦରେ ଛାତ୍ର ମାନେ ଆଜି ମହାବିଦ୍ୟାଳୟର ଫାଟକ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ସାହୁ ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ କରାଯିବାର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ସମ୍ବନ୍ଧିତ ଖବର