କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପୌରକେଲାସ୍ଥିତ ପ୍ରାଥମିକ ବିଦ୍ୟାଳୟ ଗେଟ୍‌ ବାହାରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଶିକ୍ଷକଙ୍କ ଅନୁପସ୍ଥିତ ହେତୁ ସ୍କୁଲ ଗେଟରେ ତାଲା ଝୁଲୁ ଥିବାରୁ ପିଲାମାନେ ଏଭଳି ଆନ୍ଦୋଳନ କରିଛନ୍ତି। ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଲିମ ପାଇଁ ଯାଇଥିବା ବେଳେ ଅନ୍ୟ ଜଣେ ଦିବ୍ୟାଙ୍ଗ ଶିକ୍ଷକ ବିନା ଦରଖାସ୍ତରେ ଅନୁପସ୍ଥିତ ଥିବାରୁ ଛାତ୍ରଛାତ୍ରୀମାନେ ଗେଟ ସମ୍ମୁଖରେ ବସିଥିବା ଦେଖାଯାଇଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବାବେଳେ ୧୧୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏପରି ଅବସ୍ଥା ଗୁରୁବାର ଠାରୁ ହୋଇଥିଲେ ମଧ୍ୟ ଶିକ୍ଷା ବିଭାଗ ନ ଜାଣିବା ଆଶ୍ଚର୍ଯ୍ୟର କଥା।

Advertisment

ଏନେଇ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଫୋନ କରିଥିଲେ ମଧ୍ୟ ସେ କଲ ରିସିଭ ନ କରିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଯୋଗାଯୋଗ କରିଥିଲୁ । ତେବେ ସେ ଏବାବଦରେ ପଚାରି ବୁଝିବେ ବୋଲି କହିଥିଲେ। ସରପଞ୍ଚ ଯଶୋସ୍ୱିନୀ ଧରୁଆ, ସମିତି ସଭ୍ୟ ସୁଧୀର ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନିତା ସାହୁଙ୍କ ସମେତ ଅନେକ ଅଭିଭାବକ ପିଲାମାନଙ୍କ ସହ ଗେଟ ସମ୍ମୁଖରେ ବସିଥିବା ଦେଖାଯାଇଛି।