କୁଚିଣ୍ଡା: ଅପମାନ ସହି ନ ପାରି ବିଷ ପିଇଲେ ଛାତ୍ର । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଭୋଜପୁର କଲେଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳକ ଛାତ୍ରକୁ ଜଣେ ଅବସରପ୍ରାପ୍ତ ଅଧ୍ୟାପକ କଲେଜ ଶ୍ରେଣୀ କୋଠରୀରୁ ଡ଼ାକି ମାଡ଼ ମାରିବା ପରେ ଛାତ୍ର ଜଣକ ଅପମାନ ସହି ନ ପାରି ବିଷ ପିଇଛନ୍ତି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ନାବାଳକ ଛାତ୍ର ଜଣକ ମାସକୁ ୧୩ ଶହ ଟଙ୍କା ସୁଧରେ ଅଧ୍ୟାପକଙ୍କ ଠାରୁ ୧୦ ହଜାର ଟଙ୍କା ଧାର ନେଇଥିଲେ । ଏକ ମାସର ପ୍ରଥମ ଦିନ ହେବା ପରେ ସୁଧ ଟଙ୍କା ନ ଦେବାରୁ ଅବସରପ୍ରାପ୍ତ ଅଧ୍ୟାପକ କଲେଜ ପରିସରରେ ପଶି ଛାତ୍ରଙ୍କୁ ମାଡ଼ ମାରିଥିବା ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଠାରୁ ଏନେଇ କୈାଣସି ପ୍ରତିକ୍ରିୟା ମିଳିପାରି ନାହିଁ ।