ହେଲମେଟ ପିନ୍ଧି ବାଇକ ଚଳାଉଥିବା ଚାଳକଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଲେ ଛାତ୍ରଛାତ୍ରୀ

କୁଡୁମୁଲୁଗୁମ୍ମା: ହେଲମେଟ ପିନ୍ଧିଥିବା ବାଇକ ଚାଳକଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଇ ସମ୍ମାନ ଜଣାଇଲେ ଛାତ୍ରଛାତ୍ରୀ | ମାଲକାନଗିରି କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଆରା ସଡକ ସୁରକ୍ଷା ସଚେତନତା କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଓର୍କେଲ ପୁଲିସ ଥାନାଧିକାରୀ ଶ୍ରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ,କୁଡୁମୁଲୁଗୁମ୍ମା ଫାଣ୍ଡି ଶ୍ରୀ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ସଡକ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ ନିୟମାବଳୀ ଉପରେ ଆଲୋକପାତ କରିଥିଲେ ।

ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ କହିଥିଲେ ଯେ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆହୁରି ସରଳ ହେବା ସା°ଗକୁ ଅନଲାଇନରେ କିପରି ଡି.ଏଲ ଆବେଦନ କରିପାରିବେ ଏ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ସମସ୍ତ ଛାତ୍ରଛାତ୍ରୀମାନେ ପୋଷ୍ଟର ବ୍ୟାନର ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ବହନ କରୁଥିବା ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ ଯାହାକି ଡିଗ୍ରୀ ମହାବିଦ୍ୟାଳୟଠାରୁ ଆରମ୍ଭ କରି କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡିଠାରେ ସମାପନ ହୋଇଥିଲା ।

ଏହି ଅଭିଯାନ ସମୟରେ ଯେଉଁ ଚାଳକମାନେ ହେଲମେଟ ଓ ସିଟବେଲ୍ଟ ପିନ୍ଧି ଗାଡ଼ି ଚଳାଇଛନ୍ତି ସେମାନଙ୍କୁ ପୁଲିସ ତରଫରୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସମ୍ବର୍ଧିତ କରିଥିଲେ ।

ସମ୍ବନ୍ଧିତ ଖବର