ଜୟପୁର: ବହୁ ପ୍ରତୀକ୍ଷାର ଅନ୍ତଘଟି ଆସନ୍ତା ଜୁନ ୧ ପରଠାରୁ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ହେବାକୁ ଯାଉଛି। ଏଣୁ ଏଠା‌ରେ ଚାଳିଥିବା ବିକ୍ରମ ଦେବ ହାୟରସେକଣ୍ଡରୀ ସ୍କୁଲକୁ ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବା ଯୋଜନା ଆରମ୍ଭ ହୋଇଛି। ଯେଉଁସ୍କୁଲକୁ ଏହି ହାୟରସେକଣ୍ଡରୀ ସ୍କୁଲକୁ ସ୍ଥାନାନ୍ତର କରାଯିବା ଯୋଜନା ରହିଛି ସେଠାରେ ‌ପୂର୍ବରୁ ସେହି ସ୍କୁଲରେ ପଢ଼ୁଥିବା ଏକ ହଜାର ପିଲା ଏବଂ ବିକ୍ରମ ଦେବ ହାୟରସେକଣ୍ଡରୀ ସ୍କୁଲର ୧୭୮୪ ପିଲାଙ୍କ ପାଇଁ ଅନୁସଙ୍ଗିକ ଭିତ୍ତିଭୂମି, ଶ୍ରେଣୀଗୃହ, ଲ୍ୟାବ ଆଦି ରହିଛି କି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Advertisment

ସୂଚନା ଅନୁଯାୟୀ, ଗତ ‌ଫେବୃଆରୀ ୧୬ରେ ବିକ୍ରମ ଦେବ ହାୟରସେକଣ୍ଡରୀ ସ୍କୁଲର ଅଧ୍ୟକ୍ଷ ମଧ୍ୟ ଏସଂପର୍କୀତ ଚିଠି ଲେଖିବା ସହ ଏହାକୁ ଏକକ ଅନୁଷ୍ଠାନ ଘୋଷଣା କରିବା ସହ ଏଥି ପାଇଁ ଅଧ୍ୟକ୍ଷ, ଅଧ୍ୟାପକ, ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇଁ ଅନୁରୋଧ କରିଥିଲେ। ଗତ ଏପ୍ରିଲ ୨୧ରେ ଜିଲ୍ଲାପାଳ ବିକ୍ରମ ଦେବ ହାୟରସେକଣ୍ଡରୀ ସ୍କୁଲକୁ ସରକାରୀ ଉଚ୍ଚବିଦ୍ୟାଳୟ ପରିସରକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଇଥିଲେ। ଏହି ପ୍ରସ୍ତାବ ପାଇବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଧେଶକ ରଘୁରାମ ଆର. ଆୟର ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଚିଠି କରି ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଚିଠି ଲେଖିଛନ୍ତି। ଗୋଟିଏ ପଟେ ପ୍ରଶାସନିକ ଚିଠି ଦେଣ ନେଣ ଜାରି ରହିଛି। ଅପରପକ୍ଷରେ ସର୍ବପୁରାତନ ସରକାରୀ ଉଚ୍ଚବିଦ୍ୟାଳୟ କଥା ଯଦି ଆଲୋଚନା କରାଯିବ ତେବେ ଏହି ସ୍କୁଲଟି ଶୋ‌ଚନୀୟ ଅବସ୍ଥା ଦେଇ ଗତି କରୁଥିବା ବେଳେ ୫ଟି ମୋ ସ୍କୁଲ ଅଭିଯାନରେ ସ୍କୁଲର ରୁପରେଖରେ ପରିବର୍ତ୍ତନ ଆସିଛି। ସଂପ୍ରତି ଏଠାରେ ୧୦ଟି ଟିଣ ରୁମ ଓ ୧୪ଟି ସ୍ଲାପ ପଡ଼ିଥିବା ରୁମ ରହିଛି। ଏଠାରେ ଷଷ୍ଠରୁ ଦଶମ ଏକ ହଜାର ପିଲା ପଢ଼ୁଛନ୍ତି। ଏପରିକି ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ୨ଟି ଲେଖାଏଁ ସେକ୍ସନ କରି ପଢ଼ାଯାଉଛି। ପୂର୍ବରୁ ଏହି ବିଦ୍ୟାଳୟର ପରିଧି ୨୪ଏକର ରହିଥିବା ବେଳେ ଏବେ ଏହାର ପରିଧି କମି ଆସିବା ସହ ୧୯.୬୦ଏକର ରହିଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି।

publive-image Sambad

ବିଦ୍ୟାଳୟକୁ ଶ‌ହେ ବର୍ଷ ପୂର୍ତ୍ତି ହେବା ପରେ ଗତ ତିନି ମାସ ତଳେ ବିଦ୍ୟାଳୟର ଆରଓଆର(ରେକର୍ଡ ଅଫ ରାଇଟସ୍) ଜମି ପଟ୍ଟା ତହସିଲ ପକ୍ଷରୁ ମିଳିଥିଲା। ଯଦି ଏଠା‌ରେ ହାୟରସେକଣ୍ଡରୀ ସ୍କୁଲ ଏଠାକୁ ସ୍ଥାନାନ୍ତର ହେଲେ କଳାରେ ବର୍ଷକୁ ୩୨୦, ବାଣିଜ୍ୟରେ ୨୫୬ ଓ ବିଜ୍ଞାନରେ ୩୨୦ ଏଭଳି ୧୭୮୪ ପିଲାଙ୍କ ସହ ଷଷ୍ଠରୁ ଦଶମ ଏକହଜାର ପିଲା ଏଭଳି ୨୭୮୪ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲର ଅନୁସଙ୍ଗିକ ଭିତ୍ତିଭୁମି ଯୋଗାଇ ହେବ କି ତାହାକୁ ନେଇ ଏବେ ସାଧାରଣ ପ୍ରଶ୍ନ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ସରକାରୀ ଉଚ୍ଚବିଦ୍ୟାଳୟକୁ ଏଭଳି କିଛି ଚିଠି ରାଜ୍ୟସରକାରଙ୍କ ନିକଟରୁ ଆସି ନାହିଁ ବୋଲି କହିଛନ୍ତି ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକ। ଉଚ୍ଚବିଦ୍ୟାଳୟରେ ଯଦି ହାୟରସେକଣ୍ଡରୀ ସ୍କୁଲ ଆରମ୍ଭ ହେଲେ ଏତେ ପିଲାଙ୍କ ପଢ଼ିବା ପାଇଁ ଅଧିକା ରୁମର ଆବଶ୍ୟକତା ସହ ବିଜ୍ଞାନରେ ପଢ଼ୁଥିବା ପିଲାଙ୍କ ପାଇଁ ଫିଜିକ୍ସ, କ୍ୟାମେଷ୍ଟ୍ରୀ, ବଟନୀ ଓ ଜୁଲୋଜୀର ପରୀକ୍ଷା ନିରୀକ୍ଷା ପାଇଁ ଲ୍ୟାବ ପାଇଁ ବି ସେଭଳି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଏଠାରେ ୨ଟି ଶହେ ପିଲା ଏକା ସହ ବସି ପଢ଼ିବା ଭଳି ରୁମ ଥିବାରୁ ଏକା ସହ ଏତେ ସଂଖ୍ୟକ ପିଲା କେଉଁଠାରେ ବସି ପଢ଼ିବ‌େ ତାହାକୁ ନେଇ ବି ପ୍ରଶ୍ନ ସୃଷ୍ଟି କରିଛି। ବିଶ୍ବିବିଦ୍ୟାଳୟ ଆରମ୍ଭ ପରେ ଏହା ପରିସରରେ କିଛି ଦିନ ହାୟରସେକଣ୍ଡରୀ ସ୍କୁଲ ଚାଳିବା ପରେ ନୂଆ କୋଠା ନିର୍ମାଣ ପରେ ସ୍ଥାନାନ୍ତର ହେବ ନା ଆଉ କିଛି ଯୋଜନା ରହିଛି ତାହା ସ୍ପଷ୍ଟ ହୋଇ ନଥିବାରୁ ଏ ନେଇ ସବୁ ସନ୍ଦିହାନ ହୋଇ ପଡ଼ିଛନ୍ତି।