ରାଇକିଆ/ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କସ୍ତୁରବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଦୁଇଜଣ ଶିକ୍ଷୟତ୍ରୀ ସ୍କୁଲର ଛାତ୍ରୀମାନଙ୍କୁ ମାଡ଼ ମାରୁ ଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସୋମବାର ସକାଳ ୯ଟାରୁ ବିଦ୍ୟାଳୟର ୧୬୦ଜଣ ଅନ୍ତେବାସୀ ଛାତ୍ରୀ ଧାରଣାରେ ବସିଥିଲେ।
ଛାତ୍ରୀମାନେ ସେପ୍ଟେମ୍ବର ମାସରୁ ଦୁଇଜଣ ଶିକ୍ଷୟିତ୍ରୀ ସ୍କୁଲର ଛାତ୍ରୀମାନଙ୍କୁ ମାଡ଼ ମାରୁ ଥିବା ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ପରିଡ଼ାଙ୍କୁ ଏ ବାବଦରେ ଅବଗତ କରାଇବା ପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ସେପ୍ଟେମ୍ବର ୧୬ରେ ଉପରିସ୍ଥ ଅଧିକାରୀ ଘଟଣାର ଅନୁଧ୍ୟାନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଶେଷରେ ସ୍କୁଲ ଛାତ୍ରୀମାନେ ଧାରଣାରେ ବସିଥିଲେ। ପରବର୍ତ୍ତୀ ସମୟରେ ଏଡିଓ, ବିଡିଓ ଏବଂ ବିଇଓଙ୍କ ବୁଝାଶୁଝାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଛନ୍ତି । ଦୁଇ ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳି ପାଇଁ ଛାତ୍ରଛାତ୍ରୀ ଦାବି କରିଥିବା ବେଳେ ଏ ପର୍ଯ୍ୟନ୍ତ ଘଟଣାର କୌଣସି ସମାଧାନ ହୋଇପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/9i0.jpg)