ନିଆଁରେ ପୋଡ଼ି ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପିତା

ବାରିପଦା: ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ମୁର୍ଗାବାଡ଼ି ଅଞ୍ଚଳରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ମାତ୍ର ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ଏହି ଘଟଣାକୁ ଆତ୍ମହତ୍ୟା ବୋଲି ଛାତ୍ର ଜଣଙ୍କ ରହୁଥିବା ତାଙ୍କ ମାମୁଁ ଘର ଲୋକଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା। ଉଲ୍ଲେଖଯୋଗ୍ୟଯେ ମୃତ ଛାତ୍ରଙ୍କ ପିତା କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଅଞ୍ଚଳର ଦେବେନ୍ଦ୍ର କୁମାର ସାହୁ(୫୬)ଙ୍କର ପୂର୍ବରୁ ତାଙ୍କ ପତ୍ନୀଙ୍କ ଠାରୁ ବିବାହ ବିଚ୍ଛେଦ ହୋଇସାରିଛି। ତାଙ୍କ ପତ୍ନୀ ଆଇନର ସହାୟତା ନେଇ ତାଙ୍କଠାରୁ ପୁଅକୁ ଆଣି ବାରିପଦାରେ ନିଜ ବାପଘରେ ରହୁଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ମାତ୍ର ହଠାତ୍ ଆଜି ସକାଳେ ତାଙ୍କ ପୁଅ କିରୋସିନ ଢାଳିହୋଇ ପୋଡ଼ିହୋଇ ଆତ୍ମହତ୍ୟା କରିଥିବା ବାରିପଦାରୁ ବିଚ୍ଛେଦ ହୋଇଥିବା ତାଙ୍କ ପୂର୍ବତନ ପତ୍ନୀଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ମୃତକଙ୍କର ମା’ ଏବଂ ତାଙ୍କ ପରିବାର ଲୋକ ପୁଅକୁ ପୋଡ଼ି ମାରିଦେଇଥିବା ଅଭିଯୋଗ କରିଛନ୍ତି ଦେବେନ୍ଦ୍ର ସାହୁ। ଏନେଇ ସେ ବାରିପଦାରେ ରହୁଥିବା ତାଙ୍କ ପତ୍ନୀ ଏବଂ ପରିବାର ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଶ୍ରୀ ସାହୁଭ୍କ ଅଭିଯୋଗ ଆଧାରରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏସମ୍ପର୍କରେ ସଠିକ ତଥ୍ୟ ମିଳିପାରିବବୋଲି ପୁଲିସ୍ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର