ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ରର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍‌ରେ ରବିବାର ଅପରାହ୍ନରେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯିବା ହେତୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଇଞ୍ଜିନିୟରିଂ ଛାତ୍ରଙ୍କ ନାମ ସୂର୍ଯ୍ୟ ଗୋପାଲ , ବୟସ ୧୮ବର୍ଷ ଏବଂ ଘର ବ୍ରହ୍ମପୁରର ଖସ୍ତା ସାହିରେ ବୋଲି ଜଣାପଡ଼ିଛି। ସେ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିର ତୃତୀୟ ବର୍ଷର ଛାତ୍ର ଥିଲେ।

ସୂଚନାଯୋଗ୍ୟ, ଆଜି ୫ଜଣ ସାଙ୍ଗ ହୀରାକୁଦ ଡ୍ୟାମ୍‌କୁ ବଣଭୋଜି କରିବାକୁ ଯାଇଥିଲେ। ବଣଭୋଜି କରୁକରୁ ଝାଙ୍କରାଣୀ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ସେଠାରେ ୫ଜଣ ସାଙ୍ଗ ମଜାମସ୍ତି କରି ଗାଧୋଉ ଥିଲେ। ଗାଧୋଉ ଥିବା ସମୟରେ ସୂର୍ଯ୍ୟ ଗୋପାଲଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ପାଣି ଭିତରକୁ ଚାଲି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ଯେତେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ଶେଷରେ ପୁଲିସ ଛାତ୍ର ବୁଡ଼ି ଯିବା ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସନ୍ଧ୍ୟା ୭ଟା ଯାଏଁ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ହେଁ ସୂର୍ଯ୍ୟ ଗୋପାଲଙ୍କ କୌଣସି ପତା ମିଳି ପାରି ନଥିଲା।

ସମ୍ବନ୍ଧିତ ଖବର