ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ହଂସାମୁରା କଟପାଲି ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ରୋଶନ ବାରିକ (୧୧)ଙ୍କ ଗତ ଗୁରୁବାର ଦିନ ମୃତ୍ୟୁ ଘଟିଛି। ଜମେରା ପଞ୍ଚାୟତ ପୁଡ଼ାପାଲି ଗ୍ରାମର କୈଳାସ ବାରିକଙ୍କ ପୁଅ ରୋଶନ ଗତ ୩୦ ଦିନ ଅଟୋରେ ସ୍କୁଲ ଯାଉଥିବା ବେଳେ ସାରସମାଲ ନିକଟରେ ଖସି ପଡ଼ିଥିଲେ। ଫଳରେ ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଝାରସୁଗୁଡ଼ା ସ୍ଥିତ ଏକ ଘରୋଇ ହସପିଟାଲରେ ଡ୍ରେସିଂ କରାଯାଇ ଘରକୁ ନିଆଯାଇଥିଲା। ମାତ୍ର ଉକ୍ତ ରାତିରେ ସେ ଅସୁସ୍ଥ ହୋଇ ପଡ଼ିବାକୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଗୁରୁବାର ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଉଥିବା ବେଳେ ବାଟରେ ପ୍ରାଣବାୟୁ ଉଡ଼ି ଯାଇଥିଲା।
ଶୁକ୍ରବାର ଗାଁରେ ମୃତ ଦେହ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା। ଗ୍ରାମାବାସୀ ଏକ ଶୋଭାଯାତ୍ରାରେ ନେଇ ରୋଶନଙ୍କ ଶେଷକୃତ୍ୟ କରିଥିଲେ। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ କୌଣସି ତଥ୍ୟ ମିଳି ପାରିନାହିଁ। ସଦର ଥାନାରେ ମଧ୍ୟ କୌଣସି ରିପୋର୍ଟ ନଥିବା ଆଇଆଇସି ସୂଚିସ୍ମିତା ମହାନ୍ତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-06-at-8.51.39-PM.jpeg)