ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ପିକ୍ନିକ କରିବାକୁ ଆସିଥିବା ଭବାନୀପାଟଣା ଏକାଡେମିକ ବିଜିନେସ ଆଣ୍ଡ କମ୍ପ୍ୟୁଟର ସାଇନ୍ସ( ଏବିଏସସି) କଲେଜର ଜଣେ ଛାତ୍ର ଗାଧୋଉଥିବା ବେଳେ ଦୁଲୁରି ନାଳରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ଖବରପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ମୃତ ଛାତ୍ରଙ୍କ ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ନାମ ଦୀପକ ପ୍ରଧାନ ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବିଏସସି କଲେଜର ପ୍ରାୟ ୩୩/୩୪ ଜଣ ଛାତ୍ର ପିକ୍ନିକ୍ କରିବାକୁ ଆଜି ସକାଳେ ଆସି ଦାରିଙ୍ଗବାଡ଼ିଠାରେ ପହଞ୍ଚିଥିଲେ। ସେମାନେ ଦାରିଙ୍ଗବାଡ଼ିର ଦୁଲୁରି ନାଳରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୀପକ ପ୍ରଧାନ ନାମକ ଜଣେ ଛାତ୍ର ନାଳରେ ବୁଡ଼ି ଯାଇଥିଲେ। ମାତ୍ର ଏ କଥା ସାଙ୍ଗସାଥୀମାନେ ବିଳମ୍ବରେ ଜାଣିଥିଲେ। ଏ ନେଇ ଛାତ୍ରମାନେ ଦମକଳ କେନ୍ଦ୍ରକୁ ଫୋନ କରିବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଶ୍ରୀ ପ୍ରଧାନଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ଘଟି ସାରିଥିଲା।
ଦାରିଙ୍ଗବାଡ଼ି: ପିକ୍ନିକ କରିବାକୁ ଆସିଥିବା ଛାତ୍ର ଦୁଲୁରି କେନାଲରେ ବୁଡ଼ିଗଲେ
/sambad/media/post_attachments/wp-content/uploads/2017/11/daringbadi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)