ବଲାଙ୍ଗୀର: ପୁଇନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକା କଲେଜକୁ ଯିବା ବାଟରୁ ନିଖୋଜ ହୋଇଯାଇଛନ୍ତି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ୩ ତାରିଖ ସାଙ୍ଗସାଥୀଙ୍କୁ ଫୋନ୍‌ କରି ସେ ସକାଳ ୮ଟାରେ କଲେଜ ଫି’ ଭରିଯାଉଛି ବୋଲି କହି ଘରୁ ବାହାରିଥିଲେ।

Advertisment

ହେଲେ କଲେଜରୁ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରି ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ଝିଅର କୌଣସି ପତ୍ତା ନପାଇବାରୁ ପରିବାର ଲୋକେ ପୁଇନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।