କୋରାପୁଟ: ଏନଜିଓରେ ଚାକିରି କରାଇଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କୋରାପୁଟ ଟାଉନ ପୁଲିସ। ଆଜି କୋରାପୁଟ ସହର ଗଙ୍ଗାଧର ସାଗର(୪୩) ଓ ସୁନ୍ଦର ରାଓ କହଁର(୪୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହାସହ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅର୍ଥ ଫେରିଥିବା ଜଣାପଡିଛି। ଗତକାଲି ଜଣଙ୍କ ପିଛା ୪ହଜାର ରୁ ୫ହଜାର ଟଙ୍କା ଠକି ନେଇଥିବା ନେଇ କୋରାପୁଟ ଟାଉନଥାନାର ଦ୍ବାରସ୍ଥ ହୋଇଛନ୍ତି ନନ୍ଦପୁର, ବୈପାରିଗୁଡା, ଲମତାପୁଟ ଅଞ୍ଚଳର ହରି ପାଙ୍ଗି, ଶୁଶିଳା ପାଙ୍ଗୀ, ମନୋଜ ମୁଦୁଲି, ଖଗେଶ୍ବର ସାଗର, ଶାନ୍ତି ଚେଟ୍ଟି, ବନିତା ଚେଟ୍ଟି ଓ ରଶ୍ମିତା ଡମୁ। ମିଳିଥିବା ସୂଚନା ମୁତାବକ ତିନିଦିନ ତଳେ କୋରାପୁଟ ଅଞ୍ଚଳର ଜଣେ ଯୁବକ ନନ୍ଦପୁର ଅଞ୍ଚଳକୁ ଯାଇ ଏନଜିଓରେ ଚାକିରି କରାଇବାକୁ କିଛି ଯୁବକ ଯୁବତୀଙ୍କୁ ପ୍ରବର୍ତ୍ତାଇଥିଲେ।
ବିଭିନ୍ନ ସୋସିଆଲ ମିଡିଆରେ ଏହି ଯୁବକଯୁବତୀ ଚାକିରି ବାହାରି ଥିବାନେଇ ପ୍ରଚାର କରିଥିଲେ। ଏହାପରେ ଅତିଥି ଭବନରେ ୨୦ରୁ ଅଧିକ ଯୁବକ ଯୁବତୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ସେହିଠାରେ କୋରାପୁଟର ପ୍ରତି ଜଣଙ୍କୁ ୪ହଜାର ଟଙ୍କା ମାଗିଥିଲେ କୋରାପୁଟ ଅଞ୍ଚଳର ଏହି ଦୁଇଜଣ ଯୁବକ। ଏମାନଙ୍କୁ ଆଣି ଥାନାରେ ପଚରାଉଚୁରା କରିଥିଲେ। ପଚରାଉଚୁରା କରିବା ପରେ ଗଙ୍ଗାଧର ଓ ସୁନ୍ଦର ଏହି ଛାତ୍ରଛାତ୍ରୀଙ୍କଠାରୁ ୩୬ ହଜାର ଟଙ୍କା ନେଇଥିବା ଜଣାପଡିଥିଲା। ଏହି ଦୁଇଜଣଙ୍କଠାରୁ ଟଙ୍କା ଜବତ କରି ଛା୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ଆଇଆଇସି ଧୀରେନ୍ ପଟ୍ଟନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/kpt-14-feripaile-tanka.jpg)