ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପରୁ ଆସିଛି ଦୁଃଖଦ ଖବର । ପାରାଦୀପରେ ଏକ୍ସପାୟାରୀ ବଟିକା ଖାଇ ୩୦ ରୁ ଅଧିକ ପିଲା ଅସୁସ୍ଥ ହୋଇପଡିଛନ୍ତି । ମିଳିଥିବା ସୂଚନା ମୁତାବକ ପାରାଦୀପ ଲକପଡା ପ୍ରାଥମିକ ସ୍କୁଲରେ ପିଲାଙ୍କୁ ଆଇରନ୍ ବଟିକା ଦିଆ ଯାଇଥିଲା। ଆଉ ଏହା ପରେ ପିଲାମାନେ ଅସୁସ୍ଥ ଅନୁଭବ କରିଥିଲେ | ସମସ୍ତ ଅସୁସ୍ଥଙ୍କୁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଶିଶୁମାନଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡିଛି |
ଏକ୍ସପାୟାରୀ ବଟିକା ଖାଇ ୩୦ ରୁ ଅଧିକ ପିଲା ଅସୁସ୍ଥ
/sambad/media/post_attachments/wp-content/uploads/2024/07/fafc9648-45a8-446a-b115-8962022a9cfe.jpeg)