ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ପବ୍ଲିକ ସ୍କୁଲ ଛାତ୍ରୀ 

ସୁନ୍ଦରଗଡ଼ : ଭାରତ ସରକାରଙ୍କ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପରିଷଦ ପକ୍ଷରୁ ଡିସେମ୍ବର ୨୭ରୁ ହେବାକୁ ଥିବା ଶିଶୁ ବିଜ୍ଞାନ କଂଗ୍ରେସରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ଛାତ୍ରୀ ଆଶୁ ପଟେଲ ଓ ସହଯୋଗୀ ଦେବାଶିଷ ଦ୍ବାରୀଙ୍କ ପ୍ରସ୍ତୁତ ପ୍ରକଳ୍ପ ‘ବହୁ ଉପଯୋଗୀ ଉପକରଣ’ ସ୍ଥାନ ପାଇଛି। ଶିକ୍ଷକ ଅଶୋକ କୁମାର ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରସ୍ତୁତ ଏହିା ପ୍ରକଳ୍ପ ସର୍ବଶ୍ରେଷ୍ଠ ଅଂଶଗ୍ରହଣକାରୀ ଭାବେ ରାଜ୍ୟସ୍ତରରେ ପୁରସ୍କୃତ ହୋଇ ଜାତୀୟସ୍ତରକୁ ମନୋନୀତ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ବେଶ ଉତ୍ସାହ ପ୍ରକାଶ ପାଇଛି। ଉପକରଣଟି ଆମ କୃଷକ ବନ୍ଧୁଙ୍କ ପାଇଁ ଅତି କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ଅଧିକ କାମ କରିପାରିବ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ବିଜ୍ଞାନ ପ୍ରକଳ୍ପ ୨୦୧୬, ୨୦୧୮, ୨୦୧୯ରେ ଜାତୀୟସ୍ତରକୁ ଯିବାର ଗୌରବ ଅର୍ଜନ କରିଥିଲା। ସୁନ୍ଦରଗଡ଼ର ଯୁବ ଆଇନଜୀବୀ ସୁଧିର ପଟେଲ ଓ ରୀନାରାଣୀ ପଟେଲଙ୍କ ଝିଅ ଆଶୁଙ୍କ ଏହି ସଫଳତା ପାଇଁ ସ୍କୁଲ ଅଧ୍ୟକ୍ଷା ହରପ୍ରିୟା ପଟେଲ, ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର