ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଶିକ୍ଷାବର୍ଷରେ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ସ୍ନାତକ (ଯୁକ୍ତ ତିନି)ରେ ସିଟ୍ ବୃଦ୍ଧି ପରେ ବି ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ନାମ ଲେଖାଉ ଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ଜୁନ ମାସର ୧ତାରିଖରୁ ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇଛି। ସଂପ୍ରତି ଏହି ଶିକ୍ଷାବର୍ଷ ପାଇଁ ଏବେ ନାମଲେଖା ପ୍ରକ୍ରିୟା ଜୋର ଧରିଛି। ସ୍ନାତକୋତ୍ତର (ପିଜି ) ପଢ଼ିବା ପାଇଁ ପିଲା ବେଶି ମାତ୍ରାରେ ଇଛୁକ ରହିଥିବା ବେଳେ ୨ୟ ପର୍ୟ୍ୟାୟ ନାଁ ଲେଖା ସୁଦ୍ଧା କମର୍ସ(ବାଣିଜ୍ୟ)ର ୪୦ଟି ସିଟରୁ ୩୨ଜଣ ନାଁ ଲେଖାଇଲେଣି। ସେଭଳି ବଟନୀର ୨୪ଟିରୁ ୧୬, କେମିଷ୍ଟ୍ରୀ ୨୪ରୁ ୧୭, ଗଣିତ ୨୪ରୁ ୧୯, ପିଜିକ୍ସ ୨୪ରୁ ୧୨, ଜୁଲୋଜୀ ୨୪ରୁ ୧୭ଜଣ ନାଁ ଲେଖାଇଛନ୍ତି। ସେଭଳି ଇକୋନମିକ୍ସ ୪୦ରୁ ୨୮, ଇଂରାଜୀ ୩୨ରୁ ୧୮, ଇତିହାସ ୪୦ରୁ ୩୦, ଗୃହବିଜ୍ଞାନ ୩୨ରୁ ୫ଜଣ, ଓଡିଆ ୩୨ରୁ ୨୧ଜଣ, ପିଲୋସଫି ୩୨ରୁ ୧୪ଜଣ, ସୋସିଓଲୋଜୀ ୩୨ରୁ ୨୩ଜଣ ନାଁ ଲେଖାଇ ସାରିଛନ୍ତି। ସଂପ୍ରତି ପିଜି (ସ୍ନାତକୋତ୍ତର) ଶ୍ରେଣୀ ପାଇଁ ବି ନାମ ଲେଖା ପ୍ରକ୍ରିୟା ଜାରୀ ରହିଛି। ସେଭଳି ବାଣିଜ୍ୟ ସ୍ନାତକର ୩୨୦ଟି ସିଟରୁ ୨୮୧ଜଣ ପିଲା ନାଁ ଲେଖାଇଥିବା ବେଳେ ୩୯ଟି ସିଟ୍ ଖାଲି ରହିଛି। ସେଭଳି କଳା ଓ ବିଜ୍ଞାନ ସ୍ନାତକରେ ୬୪ଟି ଲେଖାଏଁ ସିଟ୍ ବୃଦ୍ଧି କରାଯାଇଛି।
କଳା ସ୍ନାତକରେ ୩୮୪ଟି ସିଟ୍ ମଧ୍ୟରୁ ୩୨୧ଜଣ ନାଁ ଲେଖାଇଥିବା ବେଳେ ୬୩ଟି ଓ ବିଜ୍ଞାନ ସ୍ନାତକ ୩୮୪ରୁ ୨୮୬ଜଣ ନାଁ ଲେଖାଇ ସାରିଥିବା ବେଳେ ୯୮ଟି ଖାଲି ପଡ଼ିଛି। ଯୁକ୍ତ ତିନି ସ୍ନାତକ ସମ୍ମାନ ଅନ୍ଥ୍ରୋପଲୋଜୀ ୩୨ରୁ ୨୫ ପିଲା ନାଁ ଲେଖାଇଛନ୍ତି। ସେଭଳି ଇକୋନମିକ୍ସରେ ୪୮ରୁ ୪୦ଜଣ, ଏଜୁକେସନ୍ ୩୨ରୁ୨୮, ଇଂରାଜୀ ୩୨ରୁ ୨୮, ଜେଗରୋଫୀ ୩୨ରୁ ୨୯, ଇତିହାସ ୪୮ରୁ ୩୭, ଓଡିଆ ୪୮ରୁ ୪୨, ଫିଲୋସଫୀ ୩୨ରୁ ୨୦, ପଲିଟିକାଲ ସାଇନ୍ସ ୪୮ରୁ ୪୪, ସୋସିଓଲୋଜୀ ୩୨ରୁ ୨୮, ବଟନୀ ୬୪ରୁ ୪୫, ଜୁଲୋଜୀ ୬୪ରୁ ୫୧, କେମିଷ୍ଟ୍ରୀ ୬୪ରୁ ୪୯, ଗଣିତ ୪୮ରୁ ୪୦, ପିଜିକ୍ସ ୬୪ରୁ ୪୮, ଷ୍ଟାଟିଷ୍ଟିକ୍ସ ୩୨ରୁ ୧୬ଜଣ ନାଁ ଲେଖାଇଛନ୍ତି। ସଂପ୍ରତି ସ୍ନାତକ , ସ୍ନାତକ ସମ୍ମାନ ଓସ୍ନାତକୋତ୍ତରର ନାଁ ଲେଖା ପ୍ରକ୍ରିୟା ଜାରୀ ରହିଛି। ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ନୂଆ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ଯେଉଁ ଆଗ୍ରହ ଦେଖାଦେଇଛି ତାହାକୁ ଆଗାମୀ ଦିନରେ ଶିକ୍ଷାଦାନ କରିବାକୁ ଥିବା ଅଧ୍ୟାପକ, ସହକାରୀ ପ୍ରାଧ୍ୟାପକ ମାନେ କେତେ ଦୂର ପୁରଣ କରିବେ ତାହା ଦେଖିବାକୁ ବାକି ରହିଲା।