ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାଇରାମ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆଜି ସୋମବାର ଜିଲ୍ଲାପାଳଙ୍କୁ ଭେଟି ସ୍କୋଲାରସିପ୍‌ ଟଙ୍କା ମିଳିନଥିବା ନେଇ ଅଭିଯୋଗ କରିଥିଲେ। ସୁଦୁର ଗୁଣୁପୁର ସହରରୁ ରାୟଗଡାରେ ପହଞ୍ଚି ଯୁକ୍ତତିନି ଦ୍ବିତୀୟ ବର୍ଷର ଛାତ୍ରୀମାନେ ସ୍କୋଲାରସିପ୍‌ ଟଙ୍କା ତୁରନ୍ତ ପ୍ରଦାନ ନେଇ ଦାବି କରିଥିଲେ। କାରଣ ମହାବିଦ୍ୟାଳୟ ପକ୍ଷରୁ ତୁରନ୍ତ ନାମ ଲେଖାଯିବା ଟଙ୍କା ଏବଂ ହୋଷ୍ଟେଲ ବାବଦକୁ ବକୟା ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ନୋଟିସ କରାଯାଇଥିବା ଜିଲ୍ଲାପାଳଙ୍କୁ କହିଥିଲେ।

Advertisment

ଏତେଦୂରରୁ ଖର୍ଚ୍ଚାନ୍ତ ହୋଇ ଛାତ୍ରୀମାନେ ରାୟଗଡା ଆସିଥିବା ଯୋଗୁ ପ୍ରଶାସନ ତରଫରୁ ତରନ୍ତ ଏହାର ସମାଧାନ କରାଯିବ ବୋଲି କୁହାଯାଇଥିବା ଜଣାପଡିଛି। ଏହି ମହାବିଦ୍ୟାଳୟରେ ଗରିବ ଛାତ୍ରଛାତ୍ରୀ ପଢୁଥିବାରୁ ସ୍କୋଲାରସିପ୍‌ ଟଙ୍କା ଉପରେ ହିଁ ଏମାନେ ନିର୍ଭର କରିଥାନ୍ତି। ଜଣେ ଜଣେ ଛାତ୍ରୀ ୧୨ ହଜାର ଟଙ୍କା ପାଇବେ ବୋଲି ଜଣାପଡିଛି।