କାନପୁରା ବିଦ୍ୟାଳୟ ଛାତ୍ରାବାସରୁ ଛାତ୍ର ନିଖୋଜ ଥାନାରେ ନିଖୋଜ ମାମଲା ରୁଜୁ

କାମାକ୍ଷାନଗର: ଛାତ୍ରାବାସରୁ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣଙ୍କ ହେଲେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଦିନେଶ ପ୍ରଧାନ। ତାଙ୍କର ଘର ଅନୁଗୁଳ ଜିଲା ମରାତିରାରେ ବୋଲି ଜଣାପଡିଛି। ନିଖୋଜ ନେଇ ତାଙ୍କର ବାପା ସନ୍ତୋଷ ପ୍ରଧାନ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ କାମାକ୍ଷାନଗର ଥାନା ପୁଲିସ ସଂପୃକ୍ତ ବିଦ୍ୟାଳୟରେ ପହଞ୍ଚି ଓ ବିଦ୍ୟାଳୟର ଶିକ୍ଷକଙ୍କୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ଦିନେଶ ଜାନୁୟାରି ୮ ତାରିଖରେ ସ୍କୁଲକୁ ଆସିଥିଲା। ଗତକାଲି ମଧ୍ୟ ପରିବାର ସହିତ ଦିନେଶ କଥା ହୋଇଥିବା କହିଛନ୍ତି ଅଭିଭାବକ। ତେବେ ଆଜି ସକାଳୁ ଦିନେଶ ନିଖୋଜ ହେବା ସ୍କୁଲ କର୍ତୁପକ୍ଷ ଜାଣିବାକୁ ପାଇଥିଲେ।

ଏହା ପରେ ଅଭିଭାବକ ଜାଣିବା ପରେ ସ୍କୁଲକୁ ଯାଇ ଅନ୍ୟ ଛାତ୍ରମାନଙ୍କୁ ପଚାରି ବୁଝି ଜାଣିବାକୁ ପାଇଥିଲେ ଯେ ସ୍କୁଲର କାର୍ଯ୍ୟରତ ଶିକ୍ଷକ ପ୍ରହଲ୍ଲାଦ ସାହୁ ସଂପୃକ୍ତ ଛାତ୍ର ଦିନେଶକୁ ନିର୍ଯ୍ୟାତନା ଦେଉଥିଲେ  ଏବଂ ଗତକାଲି ମଧ୍ୟ ନିର୍ଯ୍ୟାତନା ଦେଇଥିଲେ। ଯାହା ଫଳରେ ଗତକାଲି ଦିନେଶ ମଧ୍ୟ ରାତିରେ ନଖାଇ ଶୋଇଥିଲେ ।ତେବେ ଆଜି ଭୋର ୫ଟାରୁ ଦିନେଶକୁ ତାର ସହପାଠୀମାନେ ପାଇ ନଥିଲେ। ଏହା ପରେ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ। ବର୍ତ୍ତମାନ ସୁଦ୍ଧା ଦିନେଶର କୈାଣସି ପତ୍ତା ମିଳିନଥିବା ଜଣାପଡିଛି । ଗତ କିଛି ବର୍ଷ ପୂର୍ବରୁ ବିଦ୍ୟାଳୟ ଛାତ୍ରାବାସରୁ ଜଣେ ଛାତ୍ର ବିଦ୍ୟାଳୟ ନିକଟରେ ଥିବା ରେଙ୍ଗାଲି କେନାଲରେ ଗାଧୋଇବା ସମୟରେ ବୁଡି ମୃତ୍ୟୁବରଣ କରିଥିଲେ ।ଏହାପରେ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା |

ସିକ୍ୟୁରିଟି ଗାର୍ଡ ଥିବା ସାଙ୍ଗକୁ ଉଚ୍ଚ ପାଚେରୀ ଥିବାବେଳେ ଛାତ୍ର ଜଣଙ୍କ କିପରି ଏଠାରୁ କେଉଁଆଡେ ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟ ତରଫରୁ ସକାଳୁ ଛାତ୍ର ଅନେକ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ପରେ ଛାତ୍ର ପରିବାର ଲୋକଙ୍କୁ ସୂଚନା ଦେବାପରେ ଛାତ୍ର ପରିବାର ଲୋକେ ଆସି ଏଠାରେ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ପାଇନଥିଲେ ପରେ ବିଦ୍ୟାଳୟର ଦାୟିତ୍ୱହୀନତା ପାଇଁ କେଉଁଆଡ଼େ ପଳାଇ ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ଓ ଛାତ୍ର ବାପାଙ୍କ ତରଫରୁ ଦୁଇଟି ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର