ରାୟଗଡା: ରାୟଗଡା ସଦର ବ୍ଲକ ଅନ୍ତର୍ଗତ କୋତାପେଟା ପଞ୍ଚାୟତର ସିଲଟିଗୁଡା ଡ୍ୟାମରେ ଗତକାଲି ଜଣେ ଛାତ୍ର ନିଖୋଜ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ। ଅଗ୍ନିଶମ କର୍ମଚାରୀ ଖୋଜି ଖୋଜି ନାକେଦମ ହେଲେଣି ବି କୌଣସି ପତ୍ତା ମିଳିପାରିନାହିଁ । ଘଟଣା ଅନୁଯାୟୀ ଗତକାଲି ପ୍ରାୟ ୮ରୁ ୯ ଜଣ ଯୁବକ ଭୋଜି କରିବା ପାଇଁ ସିଲଟିଗୁଡା ଡ୍ୟାମକୁ ଯାଇଥିଲେ।ସେଠାରେ କିଛି ପିଲା କ୍ରିକେଟ ଖେଳୁଥିବା ବେଳେ କିଛି ରୋଷେଇ କରୁଥିଲେ। ତେବେ ଏହି ସମୟରେ ସାଇପ୍ରିୟା ନଗରର ଜି.ଚୈତନ୍ୟ କୁମାର ପାଣିରେ ପହଁରୁଥିଲେ। ତେବେ ହଠାତ୍ ସେ ପାଣିରେ ଅଦୃଶ୍ୟ ହୋଇଯାଇଥିଲେ।
ତୁରନ୍ତ ସମସ୍ତ ସାଂଗ ତାଂକୁ ଖୋଜାଖୋଜି କରିଥିଲେ। କିନ୍ତୁ ଚୈତନ୍ୟର କୌଣସି ପତ୍ତା ମିଳିନଥିଲା। ରାତିରେ କୋଲନରା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ରାତିରେ ଖୋଜିଥିଲେ ମଧ୍ୟ ରାତିର ଅନ୍ଧାରରେ ସମସ୍ୟା ହେବାରୁ ଆଜି ସକାଳେ ପୁଣି ରାୟଗଡା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ମିଶି ଡ୍ୟାମରେ ନିଖୋଜ ଛାତ୍ରକୁ ଖୋଜିବା ଆରମ୍ଭ କରିଥିଲେ । ଡ୍ୟାମରେ ପ୍ରାୟ ୨୦ରୁ ୩୦ ଫୁଟ ପାଣି ରହିଥିବାରୁ ଖୋଜିବାରେ ସମସ୍ୟା ହେଉଥିବାର କୁହାଯାଉଥିବାବେଳେ ଆସନ୍ତାକାଲି ଓଡ୍ରାଫ ଟିମ ପହଞ୍ଚି ଖୋଜିବା ଆରମ୍ଭକରିବ ବୋଲି କୁହାଯାଇଛି।
ପ୍ରକାଶ ଥାଉକି ପୂର୍ବରୁ ଯେତେ ଜଣ ବି ଏହି ଡ୍ୟାମରେ ବୁଡିଛନ୍ତି ,ସମସ୍ତଙ୍କ ଶବ ଦୁଇ ଦିନରେ ପରେ ହିଁ ଭାସି ଉପରକୁ ଉଠିବା ପରେ ଲୋକେ ଜାଣିପାରୁଥିଲେ। ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସହଯୋଗ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଛାତ୍ରର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-silti-guda-dam-re-student-budila.jpg)