ରାୟଗଡା: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ-୨୦୨୩ କାର୍ଯ୍ୟକ୍ରମରେ ଶୁକ୍ରବାର ଦୁଲୁକିଛି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେଇ ଥିବାବେଳେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ପଡିଆ ଠାରୁ ଆରମ୍ଭ ହୋଇଥିବା ମାରାଥନ ସହରର ମଖ୍ୟ ରାସ୍ତା ଦେଇ ବିଶେଷ କରି ମା’ କୋଝିଘରିଆଣି ମନ୍ଦିର ଦେଇ ଦୀପ୍ତି କନ୍‌ଭେଣ୍ଟ, ୟୁଜି ଏମ ଆଇଟି ଇନ୍ଦିରାନଗର, ତୁମ୍ଭିଗୁଡା ଛକରୁ ମୁଖ୍ୟ ରାସ୍ତା, ରେଳବାଇ ଓଭ୍ରରବ୍ରିଜ ଓ କୋରାପୁଟ ଛକ ଦେଇ ପ୍ରାୟ ୧୦ କିମି ଅତିକ୍ରମ କରି ପୁଣି ଗୋବିନ୍ଦ ଚନ୍ଦ୍ର ପଡିଆ ଠାରେ ପହଞ୍ଚି ଥିଲେ। ଭାଗ ନେଇ ଥିବା ପିଲାମାନଙ୍କ ପାଇଁ ପ୍ରତ୍ୟକ ଛକ ଛକରେ ପାଣି, ଗ୍ଲୁକୋଜ, କଦଳୀ ପ୍ରଦାନ କାରାଯାଉଥିଲା। ପରେ ଛାତ୍ରଛାତ୍ରୀଙ୍କ ମୋନରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଥିଲା। ମଞ୍ଚ ଉପରେ କଳାକାର ଦେଶିଆ ନୃତ୍ୟ ପରିବେଶଣ କରୁଥିବା ବେଳେ ମଞ୍ଚ ତଳେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ନିଜକୁ ସମ୍ଭାଳି ନ ପାରି ଗୀତର ତାଳେ ତାଳେ ନାଚ ଆରମ୍ଭ କରିଥିଲେ।

Advertisment

publive-image Sambad

ଯାହାଫଳରେ ସେମାନଙ୍କୁ ଦେଖି ମଞ୍ଚରେ ମଞ୍ଚାସିନ ଥିବା ଅନ୍ଵେଷା ଉପଦେଷ୍ଠା ଏଲିନା ଦାସ ମଧ୍ୟ୍ୟ ନିଜକୁ ସମ୍ଭାଳି ନପାରି ମଞ୍ଚ ତଳକୁ ଆସି ଝିଅମାନଙ୍କ ସହିତ ନୃତ୍ୟ କରିବା ଦ୍ବାରା ପଡିଆ ଦୁଲୁକି ଉଠିଥିଲା। ମାରାଥନ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ସିଦ୍ଧୁ ବିଡିକା ଏବଂ ନିଲେଦ୍ରୀ ମାଝୀ ଇଲେକ୍ଟ୍ରିକ ସ୍କୁଟି ପାଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଥିବା ନେତ୍ରମଣି ଶବର ଓ ବିନୋଦିନି ବିଡ଼ିକା ଇଲେକ୍ଟ୍ରିକ ସାଇକଲ ପାଇଛନ୍ତି। ସେହିଭଳି ଅନ୍ୟମାନଙ୍କୁ ଟାବଲେଟ ପ୍ରଦାନ କାରାଯାଇ ଥିବାରୁ ବିଜେତା ମାନେ ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ପ୍ରୟାସ ଯୋଗୁଁ ଭାଗ ନେଇଥିବା ପ୍ରତିଯୋଗୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଅନ୍ୱେଷା  ଉପଦେଷ୍ଟା ଏଲିନା ଦାଶ୍, ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ସୁଧୀର ଦାଶ୍, ଜିଲ୍ଲାପରିଷଦ ଅଧକ୍ଷା ସରସ୍ୱତୀ ମାଝୀ, ଜିଲ୍ଲାପାଳ ସ୍ଵଧାଦେବ ସିଂହ, ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା, ଓବିସି ଉପଦେଷ୍ଠା ପୃଥିବୀ ରାଜ ସାହୁ, ପିଏ ଆଇଟିଡିଏ ଦିଲ୍ଲୀପ ବେହେରା, ପିଏ ଆଇଟି ଡିଏ ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, ସ୍ୱତନ୍ତ୍ର ଅଧିକାରୀ ସରୋଜ କୁମାର ବେହେରାଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।