ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଯୁବତୀ ଜଣକ ନର୍ସିଂ ଛାତ୍ରୀ ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିବାବେଳେ ଏୟାରଫିଲଡ଼ ଥାନା ବରକୁଦା ଅଞ୍ଚଳରେ ଏହି ଘଟଣା ଘଟିଛି |

ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ନର୍ସିଂ କଲେଜର କ୍ୟାମ୍ପସ ଭିତରେ ଥିବା ହଷ୍ଟେଲରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଛାତ୍ରୀ ଜଣକ ପ୍ରଥମ ବର୍ଷର ହୋଇଥିବାବେଳେ ତାଙ୍କ ଘର ବଲାଙ୍ଗୀର ହୋଇଥିବାର ସୂଚନା ମିଳିଛି |

ସମ୍ବନ୍ଧିତ ଖବର