ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନି ଶିକ୍ଷାର ମୌଳିକ ଅଧିକାର! ଏନଏଚଆରସିରେ ଅଭିଯୋଗ

ଅଧ୍ୟକ୍ଷଙ୍କ ସହ ୩୫ଅଧ୍ୟାପକ ପଦବୀ ଖାଲି, ଦରମା ଜୟପୁରରେ ଡ୍ୟୁଟି ଯାଜପୁରରେ

ଜୟପୁର: କଲେଜ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସମ୍ବିଧାନ ଦେଇଥିବା ଶିକ୍ଷାଗତ ମୌଳିକ ଅଧିକାର ମିଳୁନଥିବାକୁ ନେଇ ଜାତୀୟ ମାନବିକ ଅଧିକାର କମିସନରେ ଗତ ୨୦୧୯ଡିସେମ୍ବରରେ ଅଭିଯୋଗ କରିଥିଲେ ମାନବିକ ଅଧିକାର କର୍ମୀ ଅନୁପ ପାତ୍ର। ଏନଏଚଆରସି ୮ସପ୍ତାହ ମଧ୍ୟରେ ଏହି ସମସ୍ୟାକୁ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ତେବେ ତାହା ଏବେ ପର୍ଯ୍ୟନ୍ତ ପୁରଣ ହୋଇ ପାରି ନଥିବା ଅଭିଯୋଗ କରିଛନ୍ତି ଶ୍ରୀ ପାତ୍ର। ଗତ ୭ତାରିଖ ଦିନ ସୂଚନା ଅଧିକାର ବଳରେ ଶ୍ରୀ ପାତ୍ର ଏହା ଜାଣି ପାରିଥିବା କହିଛନ୍ତି।

ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିବା ସହ ଭାରପ୍ରାପ୍ତରେ ଚାଳିଛି। ୬୧ଜଣ ଅଧ୍ୟାପକ ରହିବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି। ଏବେ ଏଠାରେ ରେଗୁଲାରରେ ୧୮ଜଣ ଏବଂ ଆଡହକରେ ୭ଜଣ ରହିଥିବା ବେଳେ ୩୬ଟି ପଦବୀ ଖାଲି ପଢ଼ିଛି। ଏହି ୭ଜଣ ଆଡ଼ହକଙ୍କ ମଧ୍ୟରେ ପିଜିକ୍ସର ଦୁଇ ଜଣ ରହିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦରମା ଏଠାରୁ ନେଉଥିବା ବେଳେ ଜଣେ କିନ୍ତୁ ଯାଜପୁରର ଏନସିଏ କଲେଜରେ ଡ୍ୟୁଟି କରୁଥିବା ଜଣାପଡ଼ିଛି। ଦୀର୍ଘ ଦିନ ହେବ ଅଧ୍ୟକ୍ଷ ପଦବୀ ଖାଲି ପଡ଼ି ରହିଛି। ଇତିହାସରେ ୫ଜଣ, ରାଜନିତୀ ବିଞାନରେ ୫ଜଣ ଓ ଫିଲୋସପୀରେ ୨ଜଣ, ତେଲୁଗୁରେ ଜଣେ ଲେଖାଏଁ ଅଧ୍ୟାପକ ରହିବା ସ୍ଥାନରେ ସଂପୁର୍ଣ୍ଣ ରୁପେ ଦୀର୍ଘ ଦିନ ହେବ ଖାଲି ପଡ଼ିଛି।

ସେହିଭଳି ଇଂରାଜୀରେ ୬ଜଣଙ୍କ ସ୍ଥାନରେ ୪ଜଣ ରେଗୁଲାର, ଓଡିଆରେ ୪ଜଣଙ୍କ ସ୍ଥାନରେ ୪ଜଣ ରେଗୁଲାର, ଅର୍ଥନିତୀରେ ୫ଜଣଙ୍କ ସ୍ଥାରନରେ ଜଣେ ରେଗୁଲାର, ଗଣିତରେ ୩ଜଣଙ୍କ ସ୍ଥାନରେ ଜଣେ ରେଗୁଲାର ଅଧ୍ୟାପକ ରହିଛନ୍ତି। ସେଭଳି କ୍ୟାମିଷ୍ଟ୍ରୀରେ ୮ଜଣଙ୍କ ସ୍ଥାନରେ ୨ଜଣ ରେଗୁଲାର ଓ ୨ଜଣ ଆଡହକ୍, ବଟନୀରେ ୪ଜଣଙ୍କ ସ୍ଥାନରେ ୨ରେଗୁଲାର, ଜୁଲୋଜୀରେ ୩ଜଣଙ୍କ ସ୍ଥାନରେ ଜଣେ ରେଗୁଲାର, ଜଣେ ଆଡହକ୍, କମର୍ସରେ ୯ଜଣଙ୍କ ସ୍ଥାନରେ ୨ଜଣ ରେଗୁଲାର, ୨ଜଣ ଆଡହକ୍ ଅଧ୍ୟାପକ ରହିଛନ୍ତି। ସେଭଳି ଏଜୁକେସନ୍, ଅନ୍ଥ୍ରପଲୋଜୀ, ଭୁଗୋଳ ଆଦିର ପାଠ୍ୟକ୍ରମ ରହିଥିଲେ ହେଁ ସରକାର କେତେଜଣ ଅଧ୍ୟାପକ କେଉଁ ବିଷୟ ପାଇଁ ରହିବେ ତାହାର କିଛି ନିଷ୍ପତି ଏବେ ପର୍ଯ୍ୟନ୍ତ ନେଇନାହାନ୍ତି। ନିୟମିତ ଅଧ୍ୟକ୍ଷ, ଅଧ୍ୟାପକ, ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଆଦି ନଥିବାରୁ ଜୟପୁର ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ଏବଂ ସାମ୍ବିଧାନିକ ମୌଳିକ ଶିକ୍ଷାଗତ ଅଧିକାରରୁ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପାତ୍ର। ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ କଲେଜ ମଧ୍ୟରୁ ବିକ୍ରମ ଦେବ ମହାବିଦ୍ୟାଳୟର ନାଁ ରହି ଆସିଥିବା ବେଳେ ଏବେ ପାଠ ପଢ଼ାଇବା ପାଇଁ ଉତ୍ତରଦାୟୀ ରହୁଥିବା ଦାୟିତ୍ବ ସଂପନ୍ନ ଅଧ୍ୟାପକ ପଦବୀ ଖାଲି ପଡ଼ି ରହୁଥିବାରୁ ପିଲା ବି ଭଲ ଶିକ୍ଷାଦାନ ଲାଭ କରି ପାରୁ ନାହାନ୍ତି ଏବଂ ପରୀକ୍ଷା ଫଳ ବି ଭଲ ହୋଇ ପାରୁନି ବୋଲି ଶ୍ରୀ ପାତ୍ର ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର