ଦେବଗଡ଼: ଦେବଗଡ଼ ମହାବିଦ୍ୟାଳୟରେ ମଙ୍ଗଳବାର ଯୁକ୍ତ ୨ପରୀକ୍ଷାର ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିସିଟିଭି କ୍ୟାମେରା ମଧ୍ୟରେ ପରୀକ୍ଷା ଦେବାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ତେବେ ଆଜି ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଠାତ କିଛି ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରୁ ଉଠିଆସି ସେମାନେ ସିସିଟିଭି ମଧ୍ୟରେ ପରୀକ୍ଷା ଦେବେନି ବୋଲି ଜିଦ ଧରିବା ସହିତ ବେଶ କିଛି ସମୟ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତି ଅଣାୟତ ହେବାରୁ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ ଏବାବଦରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଏସପି ରାହୁଲ ଜେନଙ୍କୁ ଜଣାଇଥିଲେ।
ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ପଂହଚି ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହା ପରେ ପରିସ୍ଥିତ ଶାନ୍ତ ପଡିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୧୨୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ୧ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ତେବେ ସେଥିମଧ୍ୟରୁ ୬୮ଜଣ ପରୀକ୍ଷାର୍ଥୀଙ୍କ ଖାତାକୁ ଜବତ କରାଯାଇ କଣ୍ଟ୍ରୋଲରଙ୍କ ନିକଟକୁ ପଠାଯାଇଥିବାବେଳେ ସିସିଟିଭି ମଧ୍ୟରେ ପରୀକ୍ଷା ଦେଇଥିବା ବାକି ଥିବା ୫୯ଜଣ ପରୀକ୍ଷାର୍ଥୀଙ୍କ ଖାତା ମୂଲ୍ୟାଙ୍କନ ପାଇଁ ପଠାଇଯାଇଥିବା କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ ସୂଚନା ଦେଇଛନ୍ତିା ଏବାବଦରେ ମଧ୍ୟ ଶ୍ରୀମତି ଶତପଥୀ କଟକସ୍ଥିତ କଣ୍ଟ୍ରୋଲରଙ୍କୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/DGH.jpg)