ବ୍ଲକ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳଙ୍କୁ ତାଲା ପକାଇଲେ ବିଜେପି କର୍ମୀ 

ଯାଜପୁର: ସରକାରୀ ଜମିରୁ ଗଛକଟାକୁ କେନ୍ଦ୍ର କରି ଯାଜପୁର ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ବରୀ ତହସିଲ କାର୍ଯ୍ୟାଳୟରେ ତାଲା ପକେଇଲେ ବିଜେପି କର୍ମୀ । ବରୀ ତହସିଲ ଅଧିନ କୁଆଖିଆ-ବରୀ ମୁଖ୍ୟ ରାସ୍ତା ସନ୍ଥନ ଠାରେ  ଉଭୟ ପାର୍ଶ୍ବରୁ ବେଆଇନ ଭାବେ ଆକାଶିଆ ଗଛକୁ କାଟି ନେଉଥିଲେ ଦୁବୃର୍ତ୍ତ । ତେବେ ଏନେଇ ସ୍ଥାନୀୟ ଲୋକ ଖବର ଦେବା ପରେ ବରୀ ଅତିରିକ୍ତ ତହସିଲଦାର  ଭାନୁମତି ମାଝୀ  ପହଂଚି  କାଠ ଜବତ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା କାଠକୁ ତହସିଲ ପରିସରରେ ରଖି ଦେଇ ଗାଡି ଓ କାଠ କଟାଳୀକୁ ଛାଡି ଦେଇଥିଲେ ।

ଯାହାକୁ ନେଇ ବିଜେପି ନେତା ବିଶ୍ୱରଂଜନଙ୍କ ନେତୃତ୍ୱରେ ଲୋକେ ଏହାକୁ ବିରୋଧ କରିଥିଲେ । ଖବର ପାଇଁ ଯାଜପୁର ଉପ ଜିଲ୍ଲାପାଳ ଘଟଣାସ୍ଥଳେ ପହଂଚିଥିବା ବେଳେ ବେଆଇନ କାଠ ଚୋରିକୁ ପ୍ରଶାସନ ପ୍ରସୟ ଦେଉଥିବା  ଅଭିଯୋଗ ହୋଇଥିଲା । ଏପରିକି ଆଲୋଚନା ବିଫଳ ହେବାକୁ ତହସିଲଦାରଙ୍କୁ କାର୍ଯ୍ୟାଳୟ ଭିତରେ ତାଲା ପକାଇ ବାହାରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଖବର ପାଇ ଘଟଣାସ୍ଥଳରେ ଯାଜପୁର  ପୁଲିସ ପହଂଚିଥିବା ବେଳେ  ବିଜେପି କର୍ମୀ ଧାରଣାରେ ବସି ରହିଛନ୍ତି ।

ସମ୍ବନ୍ଧିତ ଖବର