ଉପଖଣ୍ଡସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ

ଜୟପୁର: ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଭ‌ୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନ‌େ ଉପସ୍ଥିତ ଥିଲେ। ଏଥିରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଫର୍ମ ନମ୍ବର ୬, ୭ ଓ ୮ ବିଷୟରେ ଆଜି ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ପ୍ରତ୍ୟେକ କଲେଜ ଓ ଶିକ୍ଷାନୁଷ୍ଠାନରେ ୧୭ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପଞ୍ଜିକରଣ କରିଲେ ତାଙ୍କୁ ୧୮ ହେଲେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଥିଲେ। ଏଥିରେ ଭୋଟ କାର୍ଡ ସହ ଆଧାର କାର୍ଡର ସଂଯୋଗୀକରଣ ବିଷୟରେ ସଚେତନତା କରାଯାଇଥିଲା।

୧୮ରୁ ୨୨ ବର୍ଷୀୟ ଯୁବକ ଯୁବତୀ ଯେପରି ଏଥିରେ ଅଧିକରୁ ଅଧିକ ଭାବେ ଭୋଟର ତାଲିକାରେ ପଞ୍ଜିକରଣ କରାଯାଇପାରିବ ସେ ବିଷୟରେ କହିଥିଲେ। ଏଥିସହ ତାଲିକାରେ ନାମ ସଂଶୋଧନ, ବାଦ ଦେବା, ଆଧାର ସଂଯୋଗ କରିବା, ଭିନ୍ନକ୍ଷମମାନଙ୍କୁ କିଭଳି ଅନ୍ତର୍ଭୁକ୍ତ କରାଇବା ସେ ବିଷୟରେ ସୂଚନା ଦେଇଥିଲେ। ଏଥିରେ ବିଜେଡି ଦଳର ହରପ୍ରସାଦ ମିଶ୍ର, କଂଗ୍ରେସ ଦଳର ଦେ‌ବେନ୍ଦ୍ର ବାହିନୀପତି, ବିଜେପି ଓ ସିପିଆଇ ଦଳର ନେତାମାନ‌େ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟିକା ମନସ୍ବିନୀ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା ଥି‌ଲେ।

ସମ୍ବନ୍ଧିତ ଖବର