ଆନନ୍ଦପୁର: ଆନନ୍ଦପୁର ଥାନା ୫୩ନମ୍ବର ରାଜ୍ୟ ରାଜପଥ ଶାଳବଣୀ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଆନନ୍ଦପୁର ସବ୍ ରେଜିଷ୍ଟାର ଅଫିସର କର୍ମଚାରୀ ପ୍ରମୋଦ କୁମାର ସାହୁ(୪୫)ଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ଘର ଆନନ୍ଦପୁର ଥାନା ତରତରା ପଞ୍ଚାୟତ ଦୁଡ଼ୁଗାଁ ଗ୍ରାମରେ। ପ୍ରମୋଦ ଗତକାଲି ସଂଧ୍ୟା ୭ଟାବେଳେ ଅଫିସ୍ କାମ ସାରି ବାଇକରେ ଘରକୁ ଫେରୁଥିବାବେ‌ଳେ ଶାଳବଣୀ ଛକ ନିକଟରେ ରାସ୍ତା ଉପରେ ଲାଗିଥିବା ସ୍ପିଡବ୍ରେକରରେ ବାଡେଇ ହୋଇ ଦୂର୍ଘଟଣାଗ୍ରସ୍ତ ହୋଇଥିଲେ।

Advertisment

ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିବାବେଳେ ଅବସ୍ଥା ଗୁରୁତର ଥିବାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ବ୍ୟବଚ୍ଛେଦ ପରେ ଅପରାହ୍ନରେ ମୃତଦେହ ଗ୍ରାମକୁ ଅଣାଯିବାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।