ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତଥା କଳା ଉତ୍ସବ ଓ ଓଡ଼ିଶା ମିଲେଟ୍‌ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଡିଇଓ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି, ଟିଟିଲାଗଡ଼ ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ବେହେରା ମୁଖ୍ୟବକ୍ତା, ଏଡିଇଓ ଡ. ରାଧାକାନ୍ତ ଗଡ଼ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକ୍‌ରୁ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ୩ଟି ବିଭାଗର ସମୁଦାୟ ୫୧ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।

Advertisment

ଉଦ୍‌ଯାପନୀ ଉତ୍ସବରେ ଡିଇଓ ଶ୍ରୀ ଭୋଇ, ଏଡିଇଓ ଡ. ଗଡ଼ତିଆ, ଏଡିଇଓ ମଞ୍ଜୁଲତା ଭୋଇ, ଉଲୁଣ୍ଡା ବିଇଓ ଗୋଲକ ବିହାରୀ ପଣ୍ଡା, ବିନିକା ବିଇଓ ଲକ୍ଷ୍ମଣ ମିଶ୍ର ପ୍ରମୁଖ‌ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷକ ହୃଷୀକେଶ ଚାନ୍ଦ ମଞ୍ଚ ପରିଚାଳନା ଓ ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।