ମହିଳାଙ୍କ ଆକାଉଣ୍ଟରୁ ୧.୨୦ ଲକ୍ଷ ଗାଏବ ମାମଲା:ବ୍ୟାଙ୍କକୁ ଷ୍ଟେଟ୍‌ମେଣ୍ଟ ମାଗିଲା ପୁଲିସ

ବିନିକା: ସୋନପୁର ଜିଲ୍ଲାର ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗୋଟିଏ ରାତିରେ ୧ ଲକ୍ଷ ୨୦ ହଜାର ଟଙ୍କା ଗାଏବ କରି ନିଆଯାଇଥିବା ମାମଲାର ତଦନ୍ତରେ ବିଶେଷ କିଛି ଅଗ୍ରଗତି ହୋଇନଥିବା ଜଣାଯାଇଛି। ବ୍ୟାଙ୍କକୁ ଷ୍ଟେଟ୍‌ମେଣ୍ଟ ମଗାଯାଇଛି। ଟ୍ରାନ୍‌ଜାକ୍ସନ ଷ୍ଟେଟ୍‌ମେଣ୍ଟ ଆସିଲା ପରେ ହିଁ ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି ବିନିକା ପୁଲିସ କହିଛି। ସୂଚନା ଥାଉ କି ବିନିକା ବ୍ଲକ୍‌ ସିଂଘିଯୁବା ଏସ୍‌ବିଆଇ ଶାଖାରେ ସାନଭାଲୁପାଲି ଗ୍ରାମର ସତ୍ୟଭାମା ପାଣିଗ୍ରାହୀଙ୍କ ଏକ ଆକାଉଣ୍ଟ ରହିଛି। ତାଙ୍କ ଆକାଉଣ୍ଟରୁ ଝାରସୁଗୁଡ଼ା ଜିଲ୍ଲା ଦେବଡ଼ିହି ଅଞ୍ଚଳର ଜନୈକ ପ୍ରମୋଦ ପାଣ୍ଡେଙ୍କ ଆକାଉଣ୍ଟକୁ ପ୍ରଥମେ ସୋମବାର ରାତି ୧୨ଟା ୪ ମିନିଟ୍‌ରେ ୪୦ ହଜାର, ମଙ୍ଗଳବାର ଭୋର ୪ଟା ୫୨ମିନିଟରେ ୪୦ ହଜାର ଏବଂ ସକାଳ ୬ଟା ୩୧ମିନିଟ୍‌ରେ ୪୦ ହଜାର ଟଙ୍କା ମୋଟ୍‌ ୧ ଲକ୍ଷ ୨୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ସତ୍ୟଭାମା ମେସେଜ୍‌ ପାଇଥିଲେ। ଏ ନେଇ ବେଶ୍‌ ବ୍ୟସ୍ତବିବ୍ରତ ହୋଇ ଶ୍ରୀମତୀ ପାଣିଗ୍ରାହୀ ସଂଘିଯୁବା ବ୍ୟାଙ୍କ ଓ ଥାନାକୁ ଲିଖିତ ଭାବେ ଜଣାଇଥିଲେ।

ସମ୍ବନ୍ଧିତ ଖବର