ସନ୍ନ୍ୟାସୀ ବେଶରେ ଆସିଥିବା ୨ ଚୋର ଧରାପଡ଼ିଲେ

ଖୁଣ୍ଟିଗୋରା,: କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତର ଗିଧାମାଳ ଗ୍ରାମରେ ଅନ୍ତଃରାଜ୍ୟ ଚୋରି ଦଳର ୨ ଜଣଙ୍କୁ ଗ୍ରାମବାସୀ ଧରିଛନ୍ତି।
ସୂଚନାନୁସାରେ, ୨ଜଣ ସନ୍ୟାସୀ ବେଶ‌ରେ ମଙ୍ଗଳବାର କୁଲୁତାଯୋର ପଞ୍ଚୟତର ଗିଧାମାଲ ଗାଁକୁ ଆସି ଘର ଘର ବୁଲି ହାତ ଦେଖିବା ସହ ଭିକ୍ଷା ମାଗୁଥିଲେ। ଶେଷରେ ବାବା ରାମେଶ୍ବର ଦାଶଙ୍କ ମଠକୁ ଯାଇଥିଲେ। ଭିକ୍ଷା ଦେବା ପାଇଁ ରାମେଶ୍ବର ବାବା ବାହାରେ ନିଜର ମୋବାଇଲ ରଖିଦେଇ ମଠ ଭିତରକୁ ଯାଇଥିଲେ। ଘରୁ ଆସିବା ବେଳକୁ ସନ୍ୟାସୀ କିମ୍ବା ତାଙ୍କ ମୋବାଇଲ ନାହିଁ। ଚୋରଚୋର କହି ବାବା ପାଟି କରିବାରୁ ଗ୍ରାମବାସୀମାନେ ସନ୍ୟାସୀ ଦୁହିଁଙ୍କ ଧରିଥିଲେ। ସେମାନେ ଏକ ବାଇକ୍ (ସିଜି–୦୬–ଜିଏଲ୍–୮୬୯୭)ରେ ଆସିଥିଲେ ସେମାନଙ୍କ ଆଧାର କାର୍ଡରୁ ମିଳିଥିବା ପରିଚୟ ଅନୁସାରେ ଛତିଶଗଡ ରାଜ୍ୟର ଝଲପ ମହାସମୁନ୍ଦ, ଲକ୍ଷ୍ମଣପୁର, ଉପରପରା ବୋଲି ଜଣା ପଡିଛି। ଜଣକର ନାମ ଗଜେନ୍ଦ୍ର ଯୋଷୀ ବୋଲି ଜଣାଯାଇଛି। ସେମାନଙ୍କ ସହ ବରଗଡ଼ ଜିଲ୍ଲାର ଆଉ ୨ଜଣ ସାମିଲ ଥିବା ସେମାନେ କହିଛନ୍ତି। ବରଗଡର ୨ ଜଣ ଅନ୍ୟ ଏକ ବାଇକ୍ (ସିଜି–୦୬–କେଜି–୨୫୪୫)ରେ ଆସିଥିବା ଜଣାଯାଇଛି। ଦୋଷୀଙ୍କ ବିରୋଧରେ ଗ୍ରାମବାସୀ ଏକ ସଭା ଆୟୋଜନ କରି ଚୋର ସନ୍ୟାସୀ ଦୁଇଜଣଙ୍କୁ ଅର୍ଥ ଦଣ୍ତରେ ଦଣ୍ତିତ କରି ଛାଡ଼ି ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଏହି ବିଷୟରେ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।

ସମ୍ବନ୍ଧିତ ଖବର