ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଭାଲୁଡୁଙ୍ଗୁରୀରେ ଆୟୋଜିତ ୧୫ତମ ଜୟ ମାଁ ପାଞ୍ଚଖଣ୍ଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଫୁଲାକୁ ହରାଇ ମୁର୍ଷୁଣ୍ଢି ଚାମ୍ପିଅନ ହୋଇଛି। ଜୟ ମାଁ ପାଞ୍ଚଖଣ୍ଡା କ୍ରିକେଟ୍ କ୍ଲବ୍ ପକ୍ଷରୁ ଗତ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଦୁଇଟି ଫର୍ମାଟରେ ଖେଳାଯାଇଥିଲା।
ଉଫୁଲା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମ ଫର୍ମାଟର ୧୨ ଓଭରରେ ୧୧୦ ରନ୍ ସଂଗ୍ରହ କରିଥିଲା। ଜବାବରେ ମୁର୍ଷୁଣ୍ଢି ୧୦ ଓଭରରେ ୧୧୧ ରନ୍ ସଂଗ୍ରହ କରିଥିଲା। ଦ୍ବିତୀୟ ଫର୍ମାଟ ଉଫୁଲା ନିର୍ଦ୍ଧାରିତ ୮ ଓଭରରେ ୫୬ ରନ୍ କରିଥିଲା। ଜବାବରେ ମୁର୍ଷୁଣ୍ଢି ୫.୫ ଓଭରରେ ୫୭ ରନ୍ କରିଥିଲା। ଉଭୟ ପାଳିରେ ମୁର୍ଷୁଣ୍ଢି ବିଜୟୀ ହେବା ସହିତ ଚାମ୍ପିଅନ୍ ହୋଇଥିଲା।
/sambad/media/post_attachments/wp-content/uploads/2024/02/Presentation2-1.jpg)
ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅବସରରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ତଥା ମୁଖ୍ୟ ଅତିଥି ଶାନ୍ତି ଲୁହା ଚାମ୍ପିଅନ୍ ମୁର୍ଷୁଣ୍ଢି ଓ ବହଲପଦର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ଗୋପାଳ ଚରଣ ସେଠୀ ଉପବିଜେତା ଉଫୁଲାକୁ ଟ୍ରଫି ସହିତ ନଗଦ ପୁରସ୍କାର ରାଶି ପ୍ରଦାନ କରିଥିଲେ। ସେହିପରି ଅନ୍ୟ ଅତିଥିମାନେ ମ୍ୟାନ୍ ଅଫ୍ ଦ ସିରିଜ, ମ୍ୟାନ୍ ଅଫ୍ ଦ ମ୍ୟାଚ୍, ଶ୍ରେଷ୍ଠ ବୋଲର, ଶ୍ରେଷ୍ଠ ଦର୍ଶକ ଆଦି ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟାର ଅନନ୍ତ ମାଝୀ ଓ ଟିକୁନ ସାହୁ ମ୍ୟାଚ୍ ପରିଚାଳନା କରିଥିବା ବେଳେ ସରୋଜ ସାହୁ ସ୍କୋରର ଦାୟିତ୍ବ ତୁଲାଇଥିଲେ। ସୁରେନ୍ଦ୍ର ସାହୁ ମ୍ୟାଚ୍ର ଧାରାବିବରଣୀ ଉଭୟ ଓଡ଼ିଆ ଓ ହିନ୍ଦୀରେ ଦେଇଥିଲେ। ପୁରସ୍କାର ବିତରଣ ସମାରୋହରେ ଗାଁ ସାଥୀ ପଙ୍କଜ ଧଳ, ୱାର୍ଡମେମ୍ବର ଲୋଚନ ସାହୁ, ସମାଜସେବୀ ରବୀନ୍ଦ୍ର ମାଝୀ, ବିପିନ ସାହୁ ଆଦି ଉପସ୍ଥିତ ଥିଲେ। ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ପୀତାମ୍ବର ସାହୁ ପୁରସ୍କାର ବିତରଣୀ ସମାରୋହ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/୩.jpg)