ତରଭା: ଏକ ପ୍ଲାଷ୍ଟିକ ଡ୍ରମ୍ରେ ଗଂଜେଇ ଚାଲାଣ କରୁଥିବା ଜଣେ ଯୁବକକୁ ତରଭା ପୁଲିସ ଧରି କୋର୍ଟ ଚାଲାଣ କରିଛି। ଏ ନେଇ ତରଭା ଥାନାରେ ଏକ ମାମଲା ରୁଜୁ କରାଯାଇ ଆଇଆଇସି ଏସ୍ବି ଛତ୍ରିଆ ତଦନ୍ତ ଦାୟିତ୍ୱ ନେଇଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ଏସ୍ଆଇ ରବିନ୍ଦ୍ର ସାହୁ, ଏଏସ୍ଆଇ ସି.ଆର୍ ମହାନନ୍ଦିଆ, ହାବିଲଦାର ଏସ୍.ପି. ବୁଡେକ, ତରୁଣ ପଣ୍ଡା, ହୋମଗାର୍ଡ ବିଜୟ ସାହୁ, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଠକପାଲି ଛକରେ ଛକି ରହିଥିଲେ। ଦିନ ୨ଟା ୪୫ରେ ଗୋଟିଏ ନମ୍ବରବିହୀନ ମଟରସାଇକଲରେ ଗୋଟିଏ ନୀଳ ରଙ୍ଗର ପ୍ଲାଷ୍ଟିକ ଡ୍ରମ୍ ଧରି ଆସୁଥିବା ଯୁବକକୁ ଅଟକାଇ ଯାଞ୍ଚ କରିବାରୁ ଡ୍ରମ୍ ଭିତରେ ଗଂଜେଇ ଥିବା ଜଣାଯାଇଥିଲା। ମାଜିଷ୍ଟ୍ରେଟ ପ୍ରସନ୍ନ ପାଣ୍ଡେଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରାଯିବାରୁ ୧୬ କେଜି ୩୯୪ ଗ୍ରାମ ହୋଇଥିଲା। ଗିରଫ ଯୁବକର ନାମ କୃଷ୍ଣକୁମାର ଭାସ୍କର (୨୮) ହୋଇଥିବା ବେଳେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ବଂଜାରୀ ଗ୍ରାମର ବୋଲି ଜଣାପଡ଼ିଛି।
୧୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2018/02/sone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)