ଏସ୍.ରାମପୁର: କିଛିଦିନ ହେବ ଏସ୍.ରାମପୁର ଅଞ୍ଚଳରେ ୨୧ଟି ଛେଳି ଚୋରି ହୋଇଥିବା ଜଣାଯାଇଛି। ଚୋରମାନେ ଚାରିଚକିଆ ଗାଡ଼ି ବ୍ୟବହାର କରି ଛେଳି ଚୋରି କରୁଛନ୍ତି। ସୋମବାର ରାତ୍ରରେ ରାମପୁର କେନାଲ ପାଖ ସିମଲଙ୍କ ଘରୁ ଦୁଇଟି ଛେଳି ଓ କୁକୁଡ଼ା ଚୋରି ହୋଇଛି। ସେହିପରି ବଡକର୍ଲେ ଗାଁର ବାସୁଦେବ ଭୋଇଙ୍କ ଗୁହାଳରୁ ୧୩ଟି ଛେଳି, ଚନ୍ଦଲି ଗାଁର ସିଦ୍ଧେଙ୍କର ୩ଟି, ଅଇଁଲାମୁଣ୍ଡା ଗାଁର ଦୁଆନଙ୍କ ୩ଟି ଛେଳି ଚୋରି ହୋଇଛି। ଏନେଇ କେବଳ ଶ୍ରୀ ଭୋଇ ରାମପୁର ଥାନାରେ ଅଭିଯୋଗ କରିଛନ୍ତି। ଚୋରି ସଂପର୍କରେ ଦୁଆନଙ୍କୁ ପଚାରିବାରୁ ପୂର୍ବରୁ ଛେଳି ଚୋରି ନେଇ ବିନିକା ଥାନାରେ ଅଭିଯୋଗ କରିଥିଲି, ହେଲେ ସୁଫଳ ନ ମିଳିବାରୁ ଏଥର ଅଭିଯୋଗ କରିନଥିବା ପ୍ରକାଶ କରିଥିଲେ। ବିଭାଗୀୟ ପୁଲିସ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ପାଟ୍ରୋଲିଂ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।
ଏସ୍. ରାମପୁର ଅଞ୍ଚଳରୁ ୨୧ ଛେଳି ଚୋରି
/sambad/media/post_attachments/wp-content/uploads/2018/01/goats-resized-57bb57ee3df78c8763fba0c8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)