ସୋନପୁର : ସୋନପୁର ପୁଲିସ ଚଢ଼ଉ କରି ୩୭ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂଲିସ ସୂତ୍ରରୁ ପ୍ରକାଶ, ମନମୁଣ୍ଡା ପଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍ପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୁଲିସ ସୋନପୁର-ମନମୁଣ୍ଡା ରାସ୍ତା କୁଞ୍ଜ ଛକ ନିକଟରେ ଚଢଉ କରି ଏକ ଫର୍ଡ ଆଇକନ କାର (ଓଆର-୦୨-ଏଇ-୧୫୧୪)କୁ ଧରିଥିଲା।
ଯାଞ୍ଚ ବେଳେ କାରରୁ ୩୭ କେଜି ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ଓ କାର୍ ଜବତ କରିବା ସହ ପୁଲିସ କାର୍ରେ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସିନ୍ଦିରଗାଁର ସାମସଙ୍ଗ ଦିଗାଲ(୨୫), ଅମିତ ନାଏକ(୨୫) ଏବଂ ଗୋଲକ ମଲ୍ଲିକ(୨୫)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଆଇଆଇସି ଶ୍ରୀକାନ୍ତ ତ୍ରିାପଠୀ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଏସ୍ଆଇ ସରୋଜ ଦାନୀ, ଏଏସ୍ଆଇ ମୋହନ ବରିହା ସାମିଲ ଥିବା ବେଳେ ଏସ୍ଆଇ କ୍ଷୀରୋଦ ବାଘ ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ganjei-chora-cahalan.jpg)