ତରଭା: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତରଭା ପୁଲିସ ବାପ-ପୁଅଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୪୦ କେଜି ଗଞ୍ଜେଇ ଜବତ କରିଛି। ମଙ୍ଗଳବାର ଅପରାହ୍ନରେ ଏକ ଇଣ୍ଡିକା କାର (୧୫କେ-୬୩୮୦)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ତରଭା ଥାନା ଆଇଆଇସି ସୁୁରୁବାବୁ ଛତ୍ରିଆଙ୍କ ନିର୍ଦେଶରେ ଏସ୍ଆଇ ରବୀନ୍ଦ୍ର ସାହୁ, ଏଏସ୍ଆଇ ଚିତ୍ତରଞ୍ଜନ ମହାନନ୍ଦିଆ, ବିଜୟ ସାହୁ, ଲିଙ୍ଗରାଜ ପଧାନ, ପ୍ରମୋଦ ପଧାନ ପ୍ରମୁଖ ୫ ନମ୍ବର ଜାତୀୟ ରାଜପତର ବହିରାଖମନ ଛକରେ ଜଗି ରହିଥିଲେ। ସନ୍ଧ୍ୟା ୫ଟା ସମୟରେ ଉକ୍ତ କାର ସୋନପୁର ପଟରୁ ଆସୁଥିବା ବେଳେ ତାଙ୍କ ଅଟକାଇ କାରରୁ ୨ଟି ବସ୍ତା ଗଞ୍ଜେଇ ଜବତ କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତରଭା ବିଡିଓ ପ୍ରସନ୍ନ ପାଣ୍ଡେଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ତାହା ୪୦ କେଜି ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଟେମରେନ ନିବାସୀ କେଶବ ମାଝୀ (୪୫) ଓ ତାଙ୍କ ପୁଅ ରାକେଶ (୨୨)କୁ ପୁଲିସ ଗିରଫ କରିଥିଲା। ଏହାଛଡ଼ା ସେମାନଙ୍କଠାରୁ ଉକ୍ତ କାର, ଗୋଟିଏ ମୋବାଇଲ, ୬ ଶହ ଟଙ୍କା ଜବତ କରାଯାଇଥିଲା। ଆଇଆଇସି ଶ୍ରୀ ଛତ୍ରିଆ ଘଟଣାର ତଦନ୍ତ କରୁଛନ୍ତି।
୪୦ କେଜି ଗଞ୍ଜେଇ ଜବତ, ବାପ-ପୁଅ ଗିରଫ
/sambad/media/post_attachments/wp-content/uploads/2017/11/sone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)