ଡାଇରିଆରେ ୫୦ରୁ ଅଧିକ ଆକ୍ରାନ୍ତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତର ରାଣୀପୁରରେ ଆୟୋଜିତ ମକର ମେଳାରେ ଭୋଗ ଖାଇ ୫୦ ଜଣରୁ ଅଧିକ ଗ୍ରାମବାସୀ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଗତ ମକର ସଂକ୍ରାନ୍ତି ଦିନ ଗ୍ରାମବାସୀ ଭୋଗର ପ୍ରସ୍ତୁତି ପାଇଁ ସେହି ଗ୍ରାମର ଏକ କୂଅର ପାଣିରେ ରୋଷେଇ ପ୍ରସ୍ତୁତ କରିଥିଲେ ଓ ସେହି ପାଣିକୁ ପାନୀୟ ଜଳ ହିସାବରେ ବ୍ୟବହାର କରିଥିଲେ। ହଠାତ୍ ବୁଧବାର ସକାଳେ ଗ୍ରାମର ଲୋକଙ୍କ ଝାଡ଼ାବାନ୍ତି ହୋଇଥିଲା। ଗ୍ରାମବାସୀ ବୀରମହରାଜପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଖବର କରିଥିଲେ। ଖବର ପାଇ ଡକ୍ତରଖାନାର କର୍ତ୍ତୃପକ୍ଷ ଡା. ସଂଜୟ ମହାପାତ୍ରଙ୍କ ନିେର୍ଦ୍ଦଶ କ୍ରମେ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ଡାଇରିଆରେ ସଂକ୍ରମିତ ଲୋକଙ୍କ ଚିକିତ୍ସା କରିଥିଲେ। ଡା. ଆଜାଦ ଶବର, ଫାର୍ମାସିଷ୍ଟ, ଏଏନଏମ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଓୗଷଧ, ଓଆରଏସ୍ ଆଦି ବଣ୍ଟନ କରିଥିଲେ। ଦୂଷିତ ପାଣି ଯୋଗୁଁ ଡାଇରିଆ ହୋଇଥିବା ଅନୁସନ୍ଧାନରୁ ଜଣାଯାିଛି। ତେବେ ଯେଉଁ କୂଅ ପାଣି ବ୍ୟବହାର ହୋଇଥିଲା ସେଥିରେ ଏକ ବିଲାଇ ପଡ଼ି ମରିଥିବା କୁହାଯାଉଛି। ଏ ନେଇ ବୀରମହାରାଜପୁର ଏସଡିଏମ୍ଓ ଡା. ମହାପାତ୍ର କହିଛନ୍ତି, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦୂଷିତ ପାଣିକୁ ପରୀକ୍ଷା ପାଇଁ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ସମ୍ବନ୍ଧିତ ଖବର