ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସୋନପୁର: ଜଣେ ନାବାଳିକାକୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ସୋନପୁର ପୁଲିସ ସୋନପୁର ଥନାପତିପଡାର ଚନ୍ଦ୍ରଶେଖର ଭୋଇ(୨୦)ଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଚନ୍ଦ୍ରଶେଖର ଗତ ୧୪ ତାରିଖ ଦିନ ଜଣେ ୧୬ ବର୍ଷିଆ ନାବାଳିକାକୁ ମିଥ୍ୟା ପ୍ରତିଶୃତି ଦେଇ ତାକୁ ଧରି ସମ୍ବଲପୁର ଫେରାର ମାରିଥିଲେ।

ପ୍ରଥମେ ସମ୍ବଲପୁରରେ ଅଭିଯୁକ୍ତ ଚନ୍ଦ୍ରଶେଖର ତାର ଭିଣୋଇ ଘରେ ନାବାଳିକାକୁ ରଖିଥିଲେ। ପରେ ସମ୍ବଲପୁର ବଡବଜାରରେ ଏକ ଭଡା ଘରେ ରଖି ନାବାଳିକାକୁ ଦୁଷ୍କର୍ମ କରିଥିବା ସମ୍ପର୍କରେ ସୋନପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ସୋନପୁର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା ଏହି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର